STORYMIRROR

puja pradhan

Romance Tragedy

4  

puja pradhan

Romance Tragedy

ବାସ୍ତବ

ବାସ୍ତବ

1 min
358

ବାସ୍ତବରେ ନୁହେଁ ତୋତେ

    କେତେ ଭଲପାଏ ମୁଁ

ପ୍ରେମ ଓ ପ୍ରେମିକ ମୋମନ

   ମଣିଷ ମନଲାଖି ସାଥୀ ତୁ

ତୋପାଇଁ ପ୍ରତିଟି ମୁହୂର୍ତ୍ତ

   ତୋ ପାଖରେ ଅଛି ମୁଁ

ହେଲେ ମୋ ପ୍ରେମକୁ କାହିଁକି

   ବୁଝି ପାରିଲୁନି ତୁ

ତୋର ସେହି ରାଗରୁଷା

   କରିଥିଲା ମୋତେ ବିସ୍ମୟ

ତୋତେ ଦେଖି ଭୁଲି ଯାଇଥିଲି

  ନିଜେମୁ ନିଜ ପରିଚୟ

ମନେ ରହିଗଲା ତୁମସହ ସେହି

   ପ୍ରତି ମୁହୂର୍ତ୍ତର କଥା

ଫୋନରେ ଗପିବା ଧୀରେ, ଧୀରେ ହସି

   ମିଛରେ ମିଛରେ ପୁଣି ରୁଷିବା

ସାଥୀ ହୋଇ ତମେ କଥା ଦେଇଥିଲ

    ହାତକୁ ହାତରେ ରଖି

ଗୋଟିଏ ଥାଳିରେ ମାଛ ଭାତ ଖିଆ

   ରହିଛି ତାହାର ସାକ୍ଷୀ

ସବୁ ସେହି ସ୍ମୃତି କେଉଁଠି ରଖିଛ

  କହିବକି ଥରେ ମୋତେ

ମୋତେ ପୋଛିଦେଇ ନିଜ ମନରେ

   କାହାକୁ ରଖିଛ ସତେ

ଭୁଲିବାକୁ ଭାବି ଏବେବି ତୁମକୁ

   କାହିଁକି ଭୁଲି ପାରେନି

ବାନ୍ଧିବାକୁ ଭାବି ମୋ ନିଜ ମନକୁ

   କାହିଁକି ରୋକି ପାରେନି

କାହିଁକି ଅବୁଝା ମୋର ଏହିମନ

  ତୁମକୁ ହିଁ ଖୋଜେ

    ଏବେବି ଜାଣି ପାରେନି  ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance