ଫେରି ଆସନ୍ତା କି ମୋ ପିଲା ଦିନ
ଫେରି ଆସନ୍ତା କି ମୋ ପିଲା ଦିନ
ପିଲା ଦିନ କଥା ଫେରି ଆସନ୍ତା କି ଏବେ ମୁଁ ଭାବୁଛି ମନେ କେତେ ସାଙ୍ଗ ସାଥୀ ବିଲ ବଣ ବୁଲା ରୁଣୁ ଝୁଣୁ ଗୁଣୁ ଗାନେ। ଗାଆଁ ର ଦାଣ୍ଡରେ ବରଷା ପାଣିରେ କାଗଜ ଡଙ୍ଗା ଭସା ରେ ବେଙ୍ଗ ବେଙ୍ଗୁଲିଙ୍କ ସାରୁ ଗଛ ମୂଳେ ଭେଟା ଭେଟି ରଡ଼ି ସ୍ଵରେ। ପୋଖରୀ ପହଁରା ଜଳେ ଚିତା ଡିଆଁ ମିଛି ମିଚ୍ଛି ରାନ୍ଧଣାରେ ସିଲଟ ରେ ଲେଖା ମଧୁ ବର୍ଣ୍ଣବୋଧ କଣ୍ଟେଇ କୋଳି ତୋଳାରେ। ସମୟ ବିତିଛି ନାନା କିସମର ଖେଳ ଖେଳୁଆଡ ଭଳି ଖାଇ କାନ ମୋଡା ବେତ ଓ ପାହାର ଏବେ ମୁଁ ହେଉଛି ଭାଳି। ଜୀବନ ଯେ ଥିଲା ବଡ଼ ସହଜିଆ ଛନ୍ଦ କପଟ ଠୁ ଦୂର ଖେଳିବା ବୁଲିବା ମଉଜ କରିବା ସେ ସବୁ ଏବେ ପାଶୋର। ସକାଳ ସୁରୁଜ ପାହାନ୍ତିଆ ତାରା ସନ୍ଧ୍ୟାର ଆକାଶ ଦେଖି କେତେ କେତେ କଥା ପଚାରି ପଚାରି ଆଖି ଯାଉଥିଲା ଲାଖି। ସରସ୍ଵତୀ ପୂଜା ବିଘ୍ନରାଜ ପୂଜା ପାଳିଛି ମୁଁ ଖୁସି ମନେ ଭସାଣି ଉତ୍ସବ ଘଣ୍ଟ ଘଣ୍ଟା ମାଳେ ବିତାଇଛି ପିଲା ଦିନେ। ଗଲା କଥା ସିନା ହଜି ତ ଗଲାଣି ଫେରି ବନି ପିଲା ଦିନ ସମୟର ଗତି ଆଗକୁ ଆଗକୁ ଆସ କରିବା ଗ୍ରହଣ।
