STORYMIRROR

Upendra prasad Mahala

Romance

3  

Upendra prasad Mahala

Romance

ପଦ୍ମଗନ୍ଧା

ପଦ୍ମଗନ୍ଧା

1 min
300


ତମେ ଥରେ ମାଗିଥିଲ ଉପହାର 
"ଅ।ଣିଦିଅ ପଦ୍ମଫୁଲ"
ଗାଆଁ ପୋଖରୀରୁ ।
ପାଖୁଡାରେ ଲାଗି ଥିବ 
ବୂନ୍ଦାବୁନ୍ଦା ପାଣି
ସବୁ ୠତୁ ଆଣିଥିବେ ରଂଗ
ଥିରିଥିରି ପବନରେ ଥରୁଥିବ 
ତା' କୋମଳ ଦେହ ।
ଝଲସୁଥିବ
ଲାଜବତୀ ଭାବ ।

ଅ।" କହିଲେ ହାତ ପତାଇ
ଡେଇଁ ପଡୁଥିବ କୋଳକୁ 
କାଞ୍ଚନ ଫୁଲ ଭଳି !!

ତୁମକୁ ତ ଡର ଲାଗେ
କଳା ଭଅଁର ପାଣି
ଓଦା ଓଦା ତା' ମୃତ୍ୟୁର ହାତ
କାଳେ ଟାଣି ନେଇଯିବ 
ଗହୀର ପାଣିକୁ ।
ପଦ୍ମବଣକୁ କାଳେ ଜଗିଥିବ
ପଦ୍କନାଗ !!
ମୋ ପାଇଁ କେତେ ଡରୁଥିଲ
ସତରେ...
କହିଲ- " ନା ନା ତୁମେ ଯାଅନି" 
ଓଗାଳି ଥିଲ ମୋ ବାଟ 
ଦୁଇ ହାତରେ ।
ଗାଁ ଦାଣ୍ଡରେ କିଏ ଡମ୍ବରୁ ପିଟି
ଗାଉଥିଲା ପଦ୍ମତୋଳା
"ଦିନେ ବନମାଳି 
ଯାଇଥିଲେ ପଦ୍ମତୋଳି.....

ଜାଣି ପାରୁ ନ ଥିଲି
କେମିତି ମୁଁ ହାର ମାନିଯିବି
ତୁମ ଇଚ୍ଛା ଆଗରେ...
କଣ ବା ଦେଇଛି ତୁମକୁ
ଜୀବନରେ ?
ନା ଖଣ୍ଡେ ଭଲ ଚିକିମିକି ଶାଢି, 
 ନା ଅତର, ପାଉଡର।

ତୁମ ଅ।କଟରେ
ଅଟକି ଯାଇଥିଲା ମୋ ପାଦ ।
ନା ଜାଣିଥିଲି ମୁଁ ପଦ୍ମତୋଳା
ନା ପୋଖରୀ ପହଁରା ।
ଅସହାୟତା,
ଅପାରଗ ପଣ
ମୋତେ ପଚାରୁଥିଲା
"ତୁମେ ପରା କହୁଥିଲ , 
ଅ।କାଶରୁ ଚାନ୍ଦ ତୋଳି
ଅ।ଣିଦେବ ହାତରେ ?
ଇନ୍ଦ୍ରଧନୁ ରଂଗ ଅ।ଣି
ନେସିଦେବ ସାରା ଦେହ।
ତାରା ଫୁଲରେ ସଜାଇଦେବ ଗଭା
ଅଧରକୁ ଦେବ ଫଗୁଣର ରଂଗ
କୋଇଲିଠୁ କଳା ଅାଣି 
ଅ।ଖିରେ ଟାଣିଦେବ 
କଜ୍ଜ୍ୱଳ ଗାର !!

କାହିଁ ଗଲା ତୁମ ଉପହାର
ପାରିବାପଣିଆ
ଧିକ୍କାର ତୁମକୁ !!

ବୁଝି ପାରୁ ନ ଥିଲି 
କଉଡି ଖେଳରେ ଜିତି 
ଛାତି ବଡକରିଥିବା , 
ସଂଘର୍ଷକୁ ଅ।ପଣାର କରିଥିବା
ମଣିଷ କେମିତି ହାରି 
ଯାଇପାରେ ଅତି
ସହଜରେ, ତୁମ
 ଅ।ଗରେ !!

ଦେଖ, ଅ।ଜି ସାରାରାତି ବସି
ଶବ୍ଦର ପଦ୍ମ ପାଖୁଡାରେ
ଗୁନ୍ଥିଛି ମୁଁ ଫୁଲ 
ସାଦା କାଗଜରେ...
ଅ।ଖିରୁ ହଜିଯାଇଛି ନିଦ 
ଭିଜିଛି ମୋ ଦେହ 
ରାତିର କାକରରେ
ଝଲସୁଛି ଜଳବିନ୍ଦୁ ପଦ୍ମଗନ୍ଧା 
"ଶବ୍ଦର କାଗଜ ଫୁଲ"ରେ । 
କେତେବେଳୁ ତ ହାତ ପାତି ବସିଛି
ହୁଏତ ଡେଇଁ ପଡିବ ସେ ଫୁଲ 
ମୋ ହାତକୁ। ଟେକି ଦେବି 
ତୁମକୁ ଏ ଉପହାର !

ଜୀବନର ଯେତେସବୁ ଭୁଲ ଅଙ୍କ
ମିଶାଣ ଫେଡାଣ ଶିଖାଇଛି 
ହାରି ହାରି ଲଢିବା ତ ଜୀବନ !!
ଜାଣେ, ଘୂଣଖିଅ। ଓରା 
ନଇଁପଡିବା ବେଳକୁ ହୁଏତ
ନିଦ ମାଡି ଅ।ସୁଥିବ
ମହକୁଥିବ ଚଟିଘର
ତୁମ ଦେହ ପଦ୍ମଗନ୍ଧରେ ।
ବୁଡି ଯାଉଥିବା ଜହ୍ନ ଅ।ଲୁଅରେ
ଦିଶୁଥିବ ଦୂର ଅତୀତ
ତୁମ ନିଷ୍ପାପ,ସରଳ ଅ।ଖି 
କହୁଥିବ "ଏଇ ଫୁଲ ତ 
ଖୋଜୁଥିଲି ଏତେଦିନ..."
ଓଠରେ ଝଲସୁ ଥିବ 
ପଦ୍ମରାଗ ହସ ।
ବୁଜି ଅ।ସୁଥିବ ମୋ
ଅ।ଖିପତା ସବୁଦିନ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance