STORYMIRROR

Akshaya kumar Rout

Romance Classics Others

3  

Akshaya kumar Rout

Romance Classics Others

ପବିତ୍ର ପାପ

ପବିତ୍ର ପାପ

1 min
174

ପ୍ରତ୍ୟୁଷରୁ ଉଠି ପ୍ରିୟାକୁ ଦେଖିଲି 

ପ୍ରତିବେଶୀ ଉଦ୍ୟାନରେ 

ବଉଳର ଫୁଲ ତୋଳୁ ତୋଳୁ ପ୍ରିୟା 

ଇସରା କରିଲା ମୋତେ, 

ବିଳମ୍ବ ନକରି ବେଗି ବେଗି ଯାଇ 

ପ୍ରିୟା ପାଶେ ପହଞ୍ଚିଲି, 

ଉତ୍କଣ୍ଠା ମନରେ, ପ୍ରିୟାକୁ ଚାହିଁ ରହିଲି.... 

ପ୍ରିୟଭାଷୀ ପ୍ରିୟା କାନରେ କହିଲା 

ପ୍ରୀତିର ଗହନ କଥା 

ଶିହରଣ ଖେଳିଗଲା ସର୍ବାଙ୍ଗରେ 

ଶୁଣି ଈପ୍ସିତ ମନର କଥା 

କଥା ନୁହେଁ ସେତ ପ୍ରଣୟ ମଧୁର ଗାଥା..... l 


ପ୍ରାଞ୍ଜଳତାଭରା ଚେହେରାଟି ତାର 

ଆଖି ଦୁଇ ମଧୁଶାଳା 

ଗୋଲାପୀ ଗୋଲାପୀ ଓଠଟି ତାର 

ତନୁ ସୁଗନ୍ଧରେ ଭରା 

ଚାହାଣୀରେ କାମନାର ଜ୍ୱାଳା ଭରା, 

ଲାଗୁଥିଲା ସତେ ଜନ୍ନ ଜନ୍ମାନ୍ତରୁ 

ପିପାସିତ ଥିଲା ସତେ.......... l 


ମନ ମୁଁ ହାରିଲି, ତନୁ ଵି ହାରିଲି 

ହାରିଲି ବୁଦ୍ଧି ବିବେକ 

ମନର କାମନା ବନ୍ଧ ଭାଙ୍ଗିଦେଲା 

କରିଲି ପବିତ୍ର ପାପ 

ରହିବି ତୁମରି ମନ ଉଦ୍ୟାନରେ 

ପର କରିବନି ମୋତେ, 

ବାନ୍ଧି ରଖିଥିବ ପଣତ କାନିରେ 

ଚିରଦିନ ପାଇଁ ମୋତେ...... l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance