STORYMIRROR

Sunanda Mohanty

Drama Tragedy Thriller

3  

Sunanda Mohanty

Drama Tragedy Thriller

ପାପ ଓ ପାପୀ

ପାପ ଓ ପାପୀ

1 min
107

ପାପ ଅନ୍ଧାରରେ ପାପୀ ମୁଁ ଆଲୋକରେ

ନିଜକୁ ଲୁଚାଏ ନିଜ ପାଖରେ

ଦେଖୁଛି ଜଣେ କେ ମୋ ଭିତର ବାହାରେ

ସର୍ବଜାଣ ସର୍ବନୀୟନ୍ତା ସ୍ତରରେ

ମାପିଛି ନିଜକୁ ଦଣ୍ଡ ନିକିତି,ପୁଲି ଆଧାରେ

ପାଉନି ଶାନ୍ତି କଟୁନି ଦୁର୍ଗତି ବାରେ

ଜାଣି ସବୁ ଯଦି କରି କରାଉଛ ହରି ହରେ

ଛିଡୁନି ଶିକୁଳି ବେଡି ମୋ ପାଦରେ

ପରଜାପତି ଡେଣା ଏଇ ମୋ ହାତରେ

ଛିଣ୍ଡାଇଛି କେତେ କଙ୍କି କେତେ ମାରେ

ପିଲାଦିନ ଗଲା କୈଶୋର ଆସିଲା ଦର୍ପରେ

ବିଲେଇ କୁକୁର ଶୁଆଶାରୀ ପାରା ବଣି ମରେ

ଇଲେକ୍ଟ୍ରିକାଲ ଯନ୍ତ୍ରପାତି ବାହାନାରେ

ଟେକା ପକାଇଛି ବାଣ ଫୁଟାଇଛି ବିଲେଇ ଲାଞ୍ଜରେ

ଏବେ ଏବେ ଯେବେ ବୁଦ୍ଧିର ପ୍ରଖରେ

ପିଲାଙ୍କୁ ମାରିଛି ଅନୁଶାସନ ବାହାନାରେ

ଦୁଃଖ ମୁଁ ଦେଇଛି ସ୍ପଷ୍ଟ କଥା କହି କାରେ

ମନ ମୁଁ ଭାଙ୍ଗିଛି ପ୍ରେମ ଦାମ୍ପତ୍ୟ ଭିତରେ

ଠାବ ଦିଅ ହରି ଜାଏ ମୁଇଁ ତରି ଏ ଭବ ସଂସାରେ

ଜମଦୁତ ସାଜିଛି କହାରେ କିଏ ମତେ କାହିଁ ରକ୍ଷାକରେ

ନର୍କ ଗମନେ ଶାନ୍ତି ମିଳିପାରେ

ଚୋର ଘର ନଥାଏ ସଦା ଅନ୍ଧାରରେ

ମୋକ୍ଷ ପାଇବା ନାଆଁରେ

ପୂଜା ଜପ ତପ ଯେତେ ଜାହା କରେ

ପ୍ରାରବ୍ଧ ନାମରେ ଫଳିବ ଆର ଜନ୍ମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama