ପାଞ୍ଚ କ
ପାଞ୍ଚ କ
ଶୀତୁଆ ପବନ ଲହରୀରେ ଦେହ ମନ ଥର ଥର
ବୁଢା ବୁଢି ସଭିଏଁ ଲୋଡନ୍ତି
ଗରମ ତେଲର ଘସା ମୋଡ଼ା;
ପ୍ରିୟା ପ୍ରଣୟର ପ୍ରୀତି ବନ୍ଧନେ ମନ ହୁଏ ଅସ୍ଥିର
ଶେଯ ଛାଡ଼ି ବାକୁ ଆନମନା
ମନକୁ ଉଷ୍ଣ ପରଶ ଲୋଡ଼ା ।
ଏହି ଶୀତ ଲହରୀର ସାଧବ ଯାଏ ବଣିଜ କରି
ଧନ ଦୌଲତ ସଙ୍ଗେ ଆଷାଢ଼ରେ ଆସନ୍ତି ଫେରି।
ପାଞ୍ଚୋଟି ତତ୍ତ୍ୱର ସନ୍ନିବେଶିତ "ପଞ୍ଚୁକ"
ଶୁଣ ବିଜ୍ଞ ଜନ ପାଞ୍ଚ"କ"ର ଗୁଢତତ୍ତ୍ବ ।
କପଟ, କୁସଙ୍ଗ, କାମନା, କ୍ରୋଧ, କଟୁକ୍ତି
ତ୍ଯାଗ କରି ପାଞ୍ଚ ରିପୁ କର ପ୍ରଭୁ ଭକ୍ତି।
କ୍ରୋଧରେ ନ କୁହ କଟୁକ୍ତି ବଚନ କେବେ
ଅଭିଶାପ ଅବା ଆଶୀର୍ବାଦ ଫଳେ ନିଶ୍ଚେ।
ଛଳ କପଟେ କାହାରିକୁ ନଦେବ ବାଧା
କାମନା ବିନାଶି କୁସଙ୍ଗ ତେଜିବ ସଦା।