ସ୍ବାମୀ
ସ୍ବାମୀ
ତୁମେ ନରଦେହି ନାରାୟଣ ଋପି
ମନୁଷ୍ୟ ଋପେ ଦେବତା ।
ତୁମ ସାନ୍ନିଧ୍ୟ ରେ ପ୍ରସନ୍ନ ମୋ ଆତ୍ମା
ପୌରୁଷ ସୁଲଭ ଦାତା ।।
ଅନ୍ତର୍ଯ୍ୟାମୀ ତୁମେ ନୟନ ଭାଷା କୁ
ବୁଝି ପାର ବିଚକ୍ଷଣେ ।
ଅନ୍ତର ବେଦନା ଲିଭାଇ କ୍ଷଣକେ
ଢାଳ ପଲ୍ଲବିତ ପ୍ରାଣେ ।
ମନ ପ୍ରାଣ ପ୍ରିୟ ଦାନେ ଦାତା ତୁମେ
ଦୁଃଖୀ ଦୁଃଖ ହଜେ ଦାନେ ।
ବିଜୟର ଧ୍ବଜା ଦୁର୍ବଳ କୁ ଦିଅ
ମହା ଆନନ୍ଦ ତା ମନେ ।
କଳ୍ପନା ତୁମର ପୃଥିବୀ ଠୁ ବଡ
ଉଚ୍ଚ ଅଭିଳାଷ ମନ ।
ମନ ମୁଗ୍ଧ କର କାର୍ଯ୍ୟ ସମାପନେ
ବିସର୍ଜନ କର ଧନ ।
ବାର୍ତ୍ତା ସୁଚିନ୍ତିତ ଋଷା ସଂକୁଚିତ
ଉଦାର ହିଆ ତୁମର ।
ଶୟନେ ସପନେ ସୁ ସମ୍ପର୍କେ ବନ୍ଦି
ଆତ୍ମୀୟ ସ୍ଵଜନେ କର ।
ମନକୁ ମୋହର ଆଘାତ ଲାଗିଲେ
ଲୁହ ବନ୍ୟା ହୋଇ ଯାଏ ।
ନୟନୁ ଲୋତକ ଝରିଲେ ହେ ମୋର
ତୁମ ହାତ ପୋଛି ଦିଏ ।
ତୁମ ପ୍ରେମ ପ୍ରୀତି ଚୁପି ଚୁପି ଆସି
ପିଟି ହୁଏ ମୋ ହୃଦୟେ ।
ରାଗ ଋଷା ମୋର ଉଭେଇ ତ ଯାଇ
ତୁମ ଶରୀରେ ମିଳାୟେ ।
ଏତିକି ଅଳି ମୋ ରଖିବ ଜୀବନ
ତୁମ ଆଗେ ମତେ ନବ ।
ଏଇ ଜନ୍ମେ ନୁହେଁ ସାତ ଜନ୍ମ ଯାଏ
ହାତ ଧରି ମୋର ଥିବ ।