ଋପଶ୍ରୀ ପ୍ରିୟା ମୋର
ଋପଶ୍ରୀ ପ୍ରିୟା ମୋର
ଋପ ପାଇଅଛ ଅତ୍ୟନ୍ତ ସୁନ୍ଦର
ଅମ୍ଳାନ ଅକ୍ଷୁର୍ଣ୍ଣ ପୂର୍ଣ୍ଣ
ସୌନ୍ଦର୍ଯ୍ୟ ସମ୍ପୁର୍ଣ୍ଣା ଋପ ଅଳଙ୍କାର
ନୟନ ପୂରୀତ ବର୍ଣ୍ଣ ।
ଅତି ଅନ୍ତରଙ୍ଗ ହୁଅ ସର୍ବ ଜନେ
ଅପ୍ରିୟ ରେ ପ୍ରିୟ ଖୋଜ
ଅପ୍ରୀତି ରେ ପ୍ରୀତି ଢାଳି ଦିଅ ତୁମେ
ଦିବ୍ୟ ଶାଶ୍ଵତ ରେ ହଜ ।
ଯାଅଯେତେ ଦୂରେ ଆପଣା ପଣରେ
ମମତା ର ବର୍ଷା ଝରେ
ଅତି ନିଷ୍ଠାପର ସମ୍ପର୍କ ର ଡୋର
ବାନ୍ଧ ପଣତ କାନିରେ ।
ଝରେ ଝରଝର ପ୍ରେମ ମନ୍ଦାକିନୀ
ନିସ୍କପଟ ଶିଶୁ ଦେଖି
ଅତି ଆଦରରେ କର ଆଲିଙ୍ଗନ
ଗାଲକୁ ଦିଅତ ମାଖି ।
କିପରି ଏମିତି ଗଢିଲା ବିଧାତା
ସର୍ବ ଗୁଣ ରେ ସମ୍ପୁର୍ଣ୍ଣା
ରାଗ ଈର୍ଷା ତୁମ ମନରେ ନଦେଲା
ସୁଲକ୍ଷଣୀ ଗୁଣେ ପୂର୍ଣ୍ଣା ।
ତୁମ ହସ ହସ ପୁରିତ ବଦନ
ଜନ ମନ ମୋହେ ଟାଣେ
ସମର୍ପଣ କରି ସ୍ନେହ ମମତାକୁ
ବାନ୍ଧି ରଖ ତୁମେ କ୍ଷଣେ ।
ପର ଦୁଃଖେ ତୁମେ ଆଘାତ ପାଅ ଯେ
ଆଖିରେ ଲୋତକ ଧାରା
ଅନ୍ୟ ର ଲୁହକୁ ହାତେ ପୋଛି ତୁମେ
ସର୍ବ ମୁଖେ ବସୁନ୍ଧରା ।
ଭଗବାନ ପାଖେ ଏତିକି ମୋ ଅଳି
ଅକ୍ଷୁର୍ଣ୍ଣ ଅକ୍ଷୟ ରୁହ
ସଦା କୁସୁମିତ ଚଲାପଥ ହେଉ
ସୁଗନ୍ଧ ମଳୟ ବୁହ ।

