STORYMIRROR

Biswanath Nayak

Romance

4  

Biswanath Nayak

Romance

ଅପାସୋରା ସ୍ମୃତି

ଅପାସୋରା ସ୍ମୃତି

1 min
429


ଲାଗ ତୁମେ ଯେହ୍ନେ ପୂର୍ଣ୍ଣିମାର ଇନ୍ଦୁ

           ରାତ୍ରି ମନ କିମ୍ପା ଜାଣ ନାହିଁ। 

ବାଦଲ ଉହାଡେ ଲୁଚି ଲୁଚି ରୁହ 

           ଜୋଛନା କାହିଁକି ବୁଣନାହିଁ!


ଲାଗ ତୁମେ ଯେହ୍ନେ ସାଗର ଲହରୀ

             ବେଳାଭୂଇଁ କିମ୍ପା ଛୁଅଁନାହିଁ। 

ବେଳାଭୂଇଁ ହୃଦ- ସ୍ମୃତି- ପାଦଚିହ୍ନେ

              ଭିଜାଇ କାହିଁକି ଯାଅନାହିଁ। 


ଲାଗ ଲାସ୍ୟମୟୀ ଅପ୍ସରା ପରାୟ

                ଛନ୍ଦ କାହିଁପାଇଁ ତୋଳନାହିଁ। 

ତୁମର ସେ ମଧୁ ନୁପୁର ନିକ୍ଵଣେ

                ନିଦ୍ରା ମୋର କିଆଁ ଭାଙ୍ଗନାହିଁ!


ଲାଗ ତୁମେ ଯେହ୍ନେ ପ୍ରୀତିର ଶ୍ରାବଣୀ

                 ରିମ୍ ଝିମ୍ କିଆଁ ଝରନାହିଁ। 

ପ୍ରୀତି ପରଶେ ମୋ ମନ ଉପବନେ

                 ସବୁଜିମା କିମ୍ପା ଭରନାହିଁ !


ଲାଗ ତୁମେ ଯେହ୍ନେ ବନର ଝରଣା

                  କଳ ନାଦେ କିମ୍ପା ହସନାହିଁ।  

କଳ କଳ ବହି ତୁମ ଜଳ ଦାନେ

                 ମୋ ତୃଷିତ ପ୍ରାଣେ ତୋଷନାହିଁ !


ନୁହେଁ ତୁମେ ଯଦି ସାଗର ଲହରୀ

                  ବନ ଝରଣା କି ଅପସରା। 

ନୁହେଁ ଯଦି ଇନ୍ଦୁ ପ୍ରୀତିର ଶ୍ରାବଣୀ 

                  ସ୍ମୃତି ତୁମ କିମ୍ପା ଅପାସୋରା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance