Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Abstract Romance

4  

Anupama Sahu

Abstract Romance

କର୍ମଜିବୀ ଦମ୍ପତି

କର୍ମଜିବୀ ଦମ୍ପତି

1 min
410


ମନୁଷ୍ଯ ଜୀବନ କର୍ମମୟ ବୋଲି କହିଛନ୍ତି ଶାସ୍ତ୍ରକାର

କର୍ମ ବିନା କାହିଁ ସିଦ୍ଧି ମିଳେନାହିଁ ମାନଦଣ୍ଡ ଜୀବନର ।


କର୍ମ ପ୍ରେରଣାର ନିୟତଧାରାରେ ସର୍ବେ କରନ୍ତି କରମ କର୍ତ୍ତବ୍ୟହିଁ ଭଗ- ବାନ ଭାବିନେଲେ କରମୁ ମିଳେ ଧରମ ।


ଆଜି ଏ ଯୁଗରେ ପ୍ରତିପରିବାରେ ଲୋଡନ୍ତି କର୍ମସଂସ୍ଥାନ ସରକାରୀ ଅବା ସେ ବେସରକାରୀ କରନ୍ତି ଅର୍ଥୋପାର୍ଜନ ।


କର୍ମଜୀବ ପତିପତ୍ନଙ୍କର ରଙ୍କ ସୁଖ କମ୍‌ ଦୁଃଖ ଅଟଇ ଅଧିକ କୌଣସି ଚାକିରୀ ହୋଇଥାଉପଛେ କରିବାକୁ ପଡେ ଶ୍ରମ ।


ସବୁଠାରୁ ବେଶି ଯାତନା ନିହିତ ମହିଳା କର୍ମଜୀବୀର

ଗୃହର ଜଞ୍ଜାଳ ଗେରସ୍ତଙ୍କତୋଡ ସହିତ ଶାଶୁଶଶୁର ।


ପାନରୁ ଟିକିଏ ଚୂନ ଖସିଗଲେ ଉଘାନ୍ତି ସପ୍ତପୁରୁଷ

ଯେତେ କରୁଥିଲେ ଖୁଣବାଛୁଥାନ୍ତି ଵଚ଼ନରେ ଢାଳି ବିଷ ।


ପାଠଶାଠପଢି ଶିକ୍ଷିତାବୋହୂଟି ଚାକିରୀଟିକୁ ବଞ୍ଚାଇ

ଚାକିରିଆ ସ୍ୱାମୀ ପଦରମର୍ଯ୍ୟଦା ମହତ ରଖେ ଘୋଡାଇ ।


କହିଲେ ତ କୁଳ କୁଟୁମ୍ବକୁ ଲାଜ ନ କହିଲେ କୁଳଭାସେ ଦୁଇଚାକିରୀଆ ଅଜାଗାର ଘାଆ ପରକୁ ସୁନ୍ଦର ଦିଶେ ।


ପିଲାଛୁଆ ଜନ୍ମ ଗୃହର କରମ ଜଞ୍ଜାଳକୁ ମୁଣ୍ଡେ ବହି

ନିଜ ସ୍ଵାସ୍ଥ୍ୟ ପୁଣି ମାସିକ ସମସ୍ୟା ତାହା ସହିତ ଅଛଇ ।


କାର୍ଯ୍ୟାଳୟ କାମ କରିବା ସହିତ ପରିବାର ନାମ ରଖେ

ନଣନ୍ଦ ଗଞ୍ଜଣା ସହି ନିର୍ଯ୍ୟାତନା ନିତି ଈଶ୍ବରଙ୍କୁ ଖାଲି ଡାକେ ।


ଜଗତଭିତରେ କର୍ମଜୀବୀ ନାରୀ ନର ନ ପାଆନ୍ତି ସୁଖ ଅନୁଭବୀ ଜାଣେ ଦୁଇ ଚାକିରୀଆ ଜୀବନରେ ଯେଉଁ ଦୁଃଖ ।


ଅର୍ଥ ଉପାର୍ଜନ ହୁଏ ସିନାଭାଇ ମନେ ନ ଥାଏ ସନ୍ତୋଷ, ବୁଝାମଣା ଭାବ ସର୍ବଦା ଅଭାବ ବିଷବତ ସେ ପୀୟୂଷ ।


ଖାଇବା ପିଇବା ବନ୍ଧୁଘରଯିବା କର୍ତ୍ତବ୍ୟ ସାମାଜିକତା ପାଳିବାକୁ ହୁଏ ବିଷମ ସମସ୍ୟା ଏ ନିରାଟ ସତ କଥା ।


ଉପରେ ଉପରେ ଖୁସି ହେଉଥାନ୍ତି ଭିତରେ ମରମ ବିନ୍ଧେ କର୍ମଜୀବୀ ପତିପତ୍ନୀକାର୍ଯ୍ୟସୂଚୀ ରାଧେରା6ଧ ଅଧେ ଅଧେ ।


ପରିବାରଜନ ଙ୍କରଦୁଃଖେସୁଖେ ନ ହୁଅନ୍ତି ସହଭାଗୀ

ଅତୀବ ଦୁଷ୍କର ଚାକିରିଆ ପତି ପତ୍ନୀଙ୍କର ଦିନ ଛବି ।



Rate this content
Log in

Similar oriya poem from Abstract