କର୍ମଜିବୀ ଦମ୍ପତି
କର୍ମଜିବୀ ଦମ୍ପତି
ମନୁଷ୍ଯ ଜୀବନ କର୍ମମୟ ବୋଲି କହିଛନ୍ତି ଶାସ୍ତ୍ରକାର
କର୍ମ ବିନା କାହିଁ ସିଦ୍ଧି ମିଳେନାହିଁ ମାନଦଣ୍ଡ ଜୀବନର ।
କର୍ମ ପ୍ରେରଣାର ନିୟତଧାରାରେ ସର୍ବେ କରନ୍ତି କରମ କର୍ତ୍ତବ୍ୟହିଁ ଭଗ- ବାନ ଭାବିନେଲେ କରମୁ ମିଳେ ଧରମ ।
ଆଜି ଏ ଯୁଗରେ ପ୍ରତିପରିବାରେ ଲୋଡନ୍ତି କର୍ମସଂସ୍ଥାନ ସରକାରୀ ଅବା ସେ ବେସରକାରୀ କରନ୍ତି ଅର୍ଥୋପାର୍ଜନ ।
କର୍ମଜୀବ ପତିପତ୍ନଙ୍କର ରଙ୍କ ସୁଖ କମ୍ ଦୁଃଖ ଅଟଇ ଅଧିକ କୌଣସି ଚାକିରୀ ହୋଇଥାଉପଛେ କରିବାକୁ ପଡେ ଶ୍ରମ ।
ସବୁଠାରୁ ବେଶି ଯାତନା ନିହିତ ମହିଳା କର୍ମଜୀବୀର
ଗୃହର ଜଞ୍ଜାଳ ଗେରସ୍ତଙ୍କତୋଡ ସହିତ ଶାଶୁଶଶୁର ।
ପାନରୁ ଟିକିଏ ଚୂନ ଖସିଗଲେ ଉଘାନ୍ତି ସପ୍ତପୁରୁଷ
ଯେତେ କରୁଥିଲେ ଖୁଣବାଛୁଥାନ୍ତି ଵଚ଼ନରେ ଢାଳି ବିଷ ।
ପାଠଶାଠପଢି ଶିକ୍ଷିତାବୋହୂଟି ଚାକିରୀଟିକୁ ବଞ୍ଚାଇ
ଚାକିରିଆ ସ୍ୱାମୀ ପଦରମର୍ଯ୍ୟଦା ମହତ ରଖେ ଘୋଡାଇ ।
କହିଲେ ତ କୁଳ କୁଟୁମ୍ବକୁ ଲାଜ ନ କହିଲେ କୁଳଭାସେ ଦୁଇଚାକିରୀଆ ଅଜାଗାର ଘାଆ ପରକୁ ସୁନ୍ଦର ଦିଶେ ।
ପିଲାଛୁଆ ଜନ୍ମ ଗୃହର କରମ ଜଞ୍ଜାଳକୁ ମୁଣ୍ଡେ ବହି
ନିଜ ସ୍ଵାସ୍ଥ୍ୟ ପୁଣି ମାସିକ ସମସ୍ୟା ତାହା ସହିତ ଅଛଇ ।
କାର୍ଯ୍ୟାଳୟ କାମ କରିବା ସହିତ ପରିବାର ନାମ ରଖେ
ନଣନ୍ଦ ଗଞ୍ଜଣା ସହି ନିର୍ଯ୍ୟାତନା ନିତି ଈଶ୍ବରଙ୍କୁ ଖାଲି ଡାକେ ।
ଜଗତଭିତରେ କର୍ମଜୀବୀ ନାରୀ ନର ନ ପାଆନ୍ତି ସୁଖ ଅନୁଭବୀ ଜାଣେ ଦୁଇ ଚାକିରୀଆ ଜୀବନରେ ଯେଉଁ ଦୁଃଖ ।
ଅର୍ଥ ଉପାର୍ଜନ ହୁଏ ସିନାଭାଇ ମନେ ନ ଥାଏ ସନ୍ତୋଷ, ବୁଝାମଣା ଭାବ ସର୍ବଦା ଅଭାବ ବିଷବତ ସେ ପୀୟୂଷ ।
ଖାଇବା ପିଇବା ବନ୍ଧୁଘରଯିବା କର୍ତ୍ତବ୍ୟ ସାମାଜିକତା ପାଳିବାକୁ ହୁଏ ବିଷମ ସମସ୍ୟା ଏ ନିରାଟ ସତ କଥା ।
ଉପରେ ଉପରେ ଖୁସି ହେଉଥାନ୍ତି ଭିତରେ ମରମ ବିନ୍ଧେ କର୍ମଜୀବୀ ପତିପତ୍ନୀକାର୍ଯ୍ୟସୂଚୀ ରାଧେରା6ଧ ଅଧେ ଅଧେ ।
ପରିବାରଜନ ଙ୍କରଦୁଃଖେସୁଖେ ନ ହୁଅନ୍ତି ସହଭାଗୀ
ଅତୀବ ଦୁଷ୍କର ଚାକିରିଆ ପତି ପତ୍ନୀଙ୍କର ଦିନ ଛବି ।

