ମନର ମଣିଷ
ମନର ମଣିଷ
ସମସ୍ତେ ନୁହନ୍ତି ମନର ମଣିଷ
ପଢନ୍ତିନି ମନ କଥା
ପ୍ରତି ଟି ଶବ୍ଦରେ ଯାଦୁ ଅଛି ତୁମ
ପରଶ ଯେ ନଇଁ ମଥା ।
ଅପାତ୍ର ରେ ପ୍ରୀତି ଯାଚିଦେଇ ଯାଅ
ନରଖି ଫେରିବା ଆଶା
ପ୍ରଣୟର ପୁଷ୍ପ ବିଞ୍ଚି ଦେଇ ଯାଅ
ନି ଶବ୍ଦେ କୁହତ ଭାଷା ।
ଯାଚି ଦେଲେ ପ୍ରିତୀ କରନି ଆବୃତ୍ତି
ତୁମ ହୃଦେ ବାସ ଦିଅ
ଅତି ନିଷ୍ଠାପର ସମ୍ପର୍କ ରେ ତୁମେ
ସ୍ତମ୍ଭୀଭୂତ କରିଦିଅ ।
ଅବୁଝା ମନର ମାନସ ପୁରୁଷ
ଚୁପି ଚୁପି ମନ କିଣ
ପ୍ରତିବାଦ କେବେ କରିନ କାହିଁକି
ଲେଉଟାଣି ମନ ଜିଣ ।
ତୁମ ମନକଥା ବସନ୍ତ ମଳୟ
ସୁଗନ୍ଧୀତ କରେ ମନ
ଶିରେ ଶିରେ ଭିଜି ଦେହ ମନ ଭିଜେ
ଭିଜେ ମୋର ମନ ପ୍ରାଣ ।
କ୍ଷଣେ ଛାଡି ବଞ୍ଚି ହେବନାହିଁ ରହି
ମନ ପ୍ରାଣ ଯିବ ମରି
ଏତିକି ମାଗୁଣି ପର କରିବନି
ପର କଲେ ଦେବ ମାରି ।
ନଥିବ ଜୀବନ ଝୁରିବନି ମନ
ଭାବିବ ନାହିଁ ତୁମକୁ
ପାଶାଣ ଶରୀର ମାଟିରେ ମିଶିବ
ଆର ଜନ୍ମ ଦେଖିବାକୁ ।
ସତେ ଜଦି ଥିବ ଆର ଜନ୍ମ ମୋର
ତୁମକୁ ଛାଡି ବି ନାହିଁ
ଈଶ୍ବର ଙ୍କୁ କହି ଆର ଜନ୍ମ ପାଇଁ
ତୁମଙ୍କୁ ତ ନେବି ମୁହିଁ ।