Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Romance

4  

Jagannath Barik

Romance

ହଜିନାହିଁ ଆଶା

ହଜିନାହିଁ ଆଶା

1 min
581


ହଜିନାହିଁ ଆଶା  ହଜିନି ପିପାସା

  ହଜିନି ଭରସା ବରାବର

ଲିଭିନାହିଁ ଦାଗ  ଲିଭିନି ସରାଗ

  ଲିଭିନି ମାଧୁରୀ ମାଧୁର୍ଯ୍ୟର |

ମାନିନାହିଁ ମନ  ମାନିନି ବନ୍ଧନ

  ମାନିନି ମାନ କି ଅଭିମାନ

ଲଙ୍ଘିନାହିଁ ପ୍ରୀତି  ଲଙ୍ଘିନି ସ୍ୱୀକୃତି

   ଲଙ୍ଘିନି ସୀମାର ବ୍ୟବଧାନ |

ଡେଇଁନାହିଁ କାହିଁ  କୁଳକୀର୍ତ୍ତି ନଈ

   ଡେଇଁନି ସମାଜ ବନ୍ଧ ଦାଢ଼ 

ମାଡ଼ିନାହିଁ କାହିଁ  ଲାଜ ଡର ଭୂଇଁ

   ମାଡ଼ିନି ମଣିଷ କୃତ ବାଡ଼ |

ସରିନାହିଁ ତାର  ପ୍ରେମ ଧନାଗାର

  ସରିନି ସାରସ ରସସାର

ବରିନାହିଁ କାରେ  ପ୍ରଣୟ ପାଶରେ

  ବରିନି ପୁରୁଷ ଅଭିସାର |

ସାଜିନାହିଁ ଧନୀ  ପ୍ରେମ ତରଙ୍ଗିଣୀ

  ସାଜିନି ସ୍ୱପ୍ନ ସୁନ୍ଦରୀ କା'ର

ଯାଇନାହିଁ କାହିଁ  ପ୍ରେମ କଳା ଭୂଇଁ

   ଯାଇନି ବିଦ୍ୟାନଗରୀ ଧାର |

ପାହିନାହିଁ ନିଶି   ରାଜେ ପୂର୍ଣ୍ଣଶଶୀ

   ପାହିନି ଦୁରାଶା ବିଭାବରି 

ଲଭିନି ସୁଯୋଗ  ଲାଭ ଆଦିଯୋଗ 

   ଲଭିନି ସଂଭୋଗ କୃଶୋଦରୀ |

ଦହିନାହିଁ ହୃଦ   ପ୍ରେମ ମଦେ ଅନ୍ଧ

  ଦହିନି କେଉଁ ପ୍ରେମିକ ମନ

ସହିନାହିଁ କିଛି   ନିନ୍ଦା ଅପଖ୍ୟାତି

   ସହିନି କାହିଁ ଲଜ୍ଜାପମାନ |

ଦେଇନାହିଁ ବିକି  ସବୁ ଅଛି ବାକି

  ଅକ୍ଷତ ଗରବ ଗଣ୍ଠି ଧନ

ଏବେ ବି ଚାହିଁଛି  ଆସିଲେ ମାନସୀ

  ମଣ୍ଡିବ ମୋ ହୃଦ ସିଂହାସନ |


Rate this content
Log in