Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Romance

4.5  

Jagannath Barik

Romance

ଯେଦିନୁ ଦେଖିଲି ପ୍ରିୟାର ବଦନ

ଯେଦିନୁ ଦେଖିଲି ପ୍ରିୟାର ବଦନ

1 min
384


ଯେଦିନୁ ଦେଖିଲି ପ୍ରିୟାର ବଦନ

ସୃଷ୍ଟିର ରହସ୍ୟ କଲି ଉନ୍ମୋଚନ |

ମଧୁମୟ କୋଷ ଯେତେ ଏ ସଂସାରେ

ଭରି ରହିଅଛି ପ୍ରିୟାର ଓଠରେ

ହସରେ ତାହାର ଶତ ଫଗୁଣର

   ଶୋଭାରାଶି ଉଠେ ଫୁଟି

ଚାହାଣି ତାହାର ପ୍ରଣୟ ବିଧୁର

   ମନ ପ୍ରାଣ ନିଏ ଲୁଟି ||

ଭାଷାରେ ଝଲକେ ନବ ବସନ୍ତର

   ପଞ୍ଚମ ରାଗ ଲହରୀ

ରୁଷାରେ ପ୍ରକଟେ ସାହାରା ମରୁର

   ମରୁଦ୍ୟାନ ରାସ ସ୍ଥଳି

ପୟର ନୂପୁର ନିକ୍ୱଣେ ନିକ୍ଵଣି

   ଉଠେ ଶତ ପ୍ରେମ ବଂଶୀ

ଭାଷାରେ ଵିଭାସେ ଚୋରା ଚଇତାଳି

   ଅଭିସାର ସୁଖ ରାଶି ||

ସାଗର ସୁଷମା ଗଭାର ଉପମା

  କଲ୍ଲୋଳିନୀ ନୀଳ ବେଣୀ

ଚାଲିରେ ବିଳସେ ମତ୍ତ ରାଜହଂସୀ

  ହାସେ ଫୁଟେ କୁମୁଦିନୀ

ପ୍ରିୟାର ବିରହ ଶାଣଦିଆ କ୍ଷୁର

   ମିଳନ ଅମୃତ ଘନ

ପ୍ରିୟା ଅଭିମାନ ମେରୁ ଜ୍ୟୋତି ସମ

  ଅଝଟ ପ୍ରେମ ସଦନ ||


Rate this content
Log in

Similar oriya poem from Romance