STORYMIRROR

Satyabati Swain

Romance

4  

Satyabati Swain

Romance

ତୁ ଏମିତି କାହିଁକି କଲୁ

ତୁ ଏମିତି କାହିଁକି କଲୁ

1 min
525

ଯେବେ ତୋତେ ଭଲ ପାଇଲି

ବହି ଅକ୍ଷର ମଧ୍ୟରେ

ଆକାଶ ଜହ୍ନରେ

ପୋଖରୀ କଇଁରେ

ପ୍ରଜାପତି ରଙ୍ଗରେ

କୋଇଲି କୁହୁରେ

କାନ୍ଥ ବାଡ଼ କବାଟ ଝର୍କା ରେ

ଦିଶିଲା ତୋ ମୁହଁ।


ଆଖି ବୁଜିଲେ

ତୁ ବେଶୀ ଦିଶିଲୁ

କାନ ପାଖେ

ତୋ କଥା ଶୁଭିଗଲା

ମୋ ମୁଣ୍ଡ ଘୁରେ

ତଣ୍ଟି ଅଠା ଅଠା।


ଯେବେ ତୋତେ ଭଲ ପାଇଲି

ସବୁ ମୋ ପାଇଁ ଗୋଲ୍ ହେଲା

ମନ ଛକପକ

ହୃଦୟ ସ୍ପନ୍ଦନ ଦ୍ରୁତ

ଏକା ରହିବାକୁ

କବିତା ଲେଖିବାକୁ

ଭଲ ଲାଗିଲା

ଯେତେ ମୋ ନିଜର ତୋ ବିଷୟରେ

ଭଲ ମନ୍ଦ ପଦେ କହିଲେ

ସେ ମୋ ଶତ୍ରୁ ହୋଇଗଲେ।


ତୁ ଏମିତି କାହିଁକି କଲୁ

ମୋତେ ଅଧା ମରା କରିଦେଲୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance