STORYMIRROR

Henarani Senapati

Romance Inspirational Others

4  

Henarani Senapati

Romance Inspirational Others

ମୋ ମନ ତୁମ ପାଖରେ

ମୋ ମନ ତୁମ ପାଖରେ

1 min
469

ଭାବନା ରେ ଅଛ ସବୁ ବେଳେ ମୋର

ହୃଦୟରେ ସ୍ଥାନ ଦେଲ

ଅନ୍ତର ର କଥା ବୁଝି ପାରବୋଲି

ମନ ମୋର କିଣି ନେଲ ।

ଭୁଲି ନାହିଁ କେବେ ଭୁଲି ବି ନାହିଁ ଗୋ

ଦେଇଥିବା କଥା ମତେ

ମନ କଥା ମୋର ମନରେ ଅଛି ଗୋ

ସୁଝିବି ସମୟେ ଗତେ ।

ଋଣି ହେଇ କେବେ ରହିବି ନାହିଁ ମୁଁ

ଉପରେ ଦଣ୍ଡ ପାଇବି

ଗୁଣ୍ଡୁଚି ମୂଷା ମୁଁ ହେବି ତୁମ ପାଇଁ

ଋଣ ତୁମ ସୁଝି ଦେବି ।

କେବେ ଜଦି ମୋର ସୁଜୋଗ ଆସେ ହେ

ଜଗିକି ବସିଛି ମୁହିଁ

ସୁଧ ମୂଳ କରି ସବୁ ସୁଝିବି ହେ

ଋଣି ତ ରହିବି ନାହିଁ ।

ଭଗବାନଙ୍କର ଏକି ବିଚିତ୍ର ଗୋ

ଏ କି ଅଦ୍ଭୁତ ନୀତି

ଭଲପାଅ ତୁମେ କଷ୍ଟ ମୁଁ ପାଉଛି

ଏ କି ଦୁଲ୍ଲବ ପ୍ରିତି ।

ହୃଦୟ ତ ମୋର ପ୍ରିରତି ଅନ୍ୟ ର

ଏକି ବିଡମ୍ବନା କୁହ

ନିଜକୁ ହଜାଇ ତୁମ ହୃଦୟରେ

ଖୋଜେ ଏଠି ଜାଣି ରୁହ ।

ଏତିକି ମାଗୁଣି ମହାଦେବ ଙ୍କୁ ଗୋ

ଶୁଣିବେ ଶିବ ଠାକୁର

ସେସ ସମୟରେ ଦର୍ଶନ ଟିକିଏ

ଦେଇ ଦିଅନ୍ତୁ ତୁମର ।

ରହିଥାଅ ତୁମେ ପରିବାର ନେଇ

ସୁଖମୟ ହେଉ ଦିନ

ହୃଦୟରେ ମତେ ରଖିଥିବ ପ୍ରଭୁ

ଶ୍ରୀ ଚରଣେ ମୋର ମନ ।


Rate this content
Log in

Similar oriya poem from Romance