STORYMIRROR

subrat kumar jena

Romance

4  

subrat kumar jena

Romance

ସ୍ମୃତି ତୁମେ

ସ୍ମୃତି ତୁମେ

1 min
405


ସ୍ମୃତି ତୁମେ ପାଉଁଶ ତଳର ନିଆଁ

କେବେ ଥାଇ ପାଶେ ଦିଅନି ଛୁଆଁ

କେବେ ତୁମେ ମନ୍ଦିର ବେଢାର ଘଣ୍ଟି

ପୁଣି କେବେ ଶୀତ ସକାଳର ଧୂଆଁ ।


ସ୍ମୃତି ତୁମେ ଆସ କେବେ କେବେ

ଆମ ଗାଁ ଦୋଳ ମେଳଣ ଜାତକୁ,

କେବେ ସାଜି ପ୍ରେୟସୀ ରୂପରେ

ଫୁର୍ କିନା ଉଡାଇ ନିଅ ଚଗଲା ମନକୁ ।


ସ୍ମୃତି ତୁମେ କେବେ ଲହ ଲହକା

ପାଚିଲା ଧାନ କିଆରୀର ଖୋଲା ହସ,

କେବେ ସାଜ ପୁଣି ଅତି ବୈରାଗୀ

ଅଦିନିଆଁ ବରଷା ରୂପକ ବିଷ ।


ସ୍ମୃତି ତୁମେ ପାଖେ ଥିଲେ ଲାଗ

ନୂଆ ନୂଆ ଅଳତା ପିନ୍ଧା ସାଧବ ବୋହୁ,

ଏମିତିରେ କେତେ ରାତି ବିତିଯାଏ

ନୀରବରେ ତୁମ ସାଥେ କଥା ହେଉ ହେଉ ।


ସ୍ମୃତି ତୁମକୁ ସଜାଇ କୋଣାର୍କ ଚୂଡ଼ାରେ

ଆଙ୍କି ଥିଲି ଗୋଟେ ପ୍ରେମ ପ୍ରଣୟର ଚିତ୍ର,

ବାସ୍ତବକୁ ଫେରି ଦେଖିଲି ଯେବେମୁଁ

ତୁମେ ନାହଁ ହୋଇଯାଇଛ ଗୋଟିଏ ଅଭୁଲା ଗୀତ ।


ସ୍ମୃତି ତୁମେ କିନ୍ତୁ ଆଜି ଆଗ ଭଳି ନାହଁ

ହୋଇଯାଇଛ ଗୋଟେ ଅମାନିଆଁ ବନ ଝରଣା,

ତୁମେ ଥାଉ ଥାଉ ପାଖେ ପାଖେ ମୋର

ମୁଁ କିନ୍ତୁ ଗୋଟେ ପ୍ରତୀକ୍ଷିତ ନାୟକରେ ଗଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance