ପାନ୍ଥଶାଳା
ପାନ୍ଥଶାଳା
ପାନ୍ଥଶାଳା କିଆଁ କାହାକୁ କହିବ
କାନ୍ଥେ କିଆଁ ଲେଖ ନାଁ,
କିଏ ନାଲି କିଏ ନେଳିରେତ ଲେଖେ
କିଏ ନାଁ କିଏ ଠିକଣା ତ ଲେଖେ
କିଏ ପ୍ରେମୀ କିଏ ବନ୍ଧୁ ନାଁ ଲେଖେ
ନୀରବ ଦ୍ରଷ୍ଟା ସେ ଯାହା ।।
କିଏ ପ୍ରେମୀ କିଏ ସୁଖୀ ପରିବାର
ନାମ ଲେଖନ୍ତି ତା ବକ୍ଷେ,
ଖୁସି ସେ ହୁଏନା ଦୁଃଖ ବି କରେନା
ଭଲ ସେ ପାଏନା ଭୁଲି ବି ଯାଏନା
ପ୍ରେମ ବି କରେନା ବିରହେ ମରେନା
ସାଜେ ଖାଲି ମୁକ ସାକ୍ଷୀ ।।
ଅଦିନିଆ ଦେଖାଚାହାଁ କିଛି ଖାଲି
କେହି ବି ଫେରିବେ ନାହିଁ,
ଇର୍ଷାରେ ଜଳିନି ପ୍ରେମ ବି କରିନି
ମନକୁ ଦେଇନି ମନ ବି ନେଇନି
ନୂଆ ଓ ପୁରୁଣା କାହାକୁ ଭୁଲିନି
ଭୁଲି ବି ପାରିବ ନାହିଁ ।।
ଦେଶୀ ଓ ବିଦେଶୀ କିଛି ନୂଆଯାତ୍ରୀ
ଆସି ପୁଣି ଚାଲିଯାନ୍ତି,
କିଏ ସେ ଲିଭାଏ କିଏ ଲେଖିଦିଏ
କିଛିଭାଷା ପୁଣି ପଢିସେ ପାରେନା
ନୀରବରେ ଦେଖେ ମନରୁ ଲିଭେନା
ଭୁଲିବ ଅବା ସେ କେମିତି ?
ମୁଁ ପାନ୍ଥଶାଳା ରହିଛି
ରହିବି ସେମିତି ।