ଲୁହ ନଈ
ଲୁହ ନଈ
ବୟସ ର ଏହି
ତୁଙ୍ଗ ଶିଖରୁ
ଡାକୁଛି କେ ରହି ରହି
ମାପି ଚୁପି ଟିକେ
ପକାଉଥା ପାଦ
ଯାଏ ଚେତା ବନି ଦେଇ
ସମୟ ର ଏହି
କଷଟି ପଥରେ
ଜୀବନର ପୃଷ୍ଠା ଖୋଲି
ବାରବାର ତାକୁ
ଲେଉଟି ଦେଖୁଛି
ଅନୁଭଵ ଯାହା ଖାଲି
ହାରିବା ଜିତିବା ହିସାବ ତାହାର
ଯାଏ ଛାତି ତଳେ ବହି
ବନ୍ଧୁର ଏହି ପଥ
ତଳେ ବନ୍ଧୁ
କ୍ଷତାକ୍ତ କେତେ ବାର
କେତେ ଲୁହ ନଈ
ହୋଇଅଛି ପାରି
ଭେଟିଛି ନୂଆ ସକାଳ
ଅନେକ ଅଶାର ଅଲିଭା ଦୀପାଳି
ଜଳୁଛି ସେ କାହାପାଇଁ
ହାତ ପା ତି କିଛି
ମାଗିନି ସଂ ଭ୍ରମେ
ନୁଆଇଁ ନାହିଁ ବି ମଥା
କେତେ ବେଦନା ର
ଶକ୍ତ ଆଘାତ
ଦେଇଛି କେତେ ଯେ ବ୍ୟଥା
ତଥାପି ନୀରବ ନିଶ୍ଚଳ ହୋଇଛି
ଶାନ୍ତ ମୋ ପ୍ରାଣ ପକ୍ଷୀ ।।
