ଏକା ଏକା
ଏକା ଏକା
ଏକା ଏକା ଥିଲି ମୁହିଁ ନଥିଲୁ ତୁ ପାଖେ
ନଥିଲା ମୋ ଶୋଚନାଦି ଦୁଃଖ ବୋଲି ଟିକେ
ଏବେ ସବୁ ତୋ ଯାତନା
ତୁମେ କାହିଁ ଦିଅ କୁହ ଦିଅ ଏ ବେଦନା
ମନର ଗହନେ ଭାବେ ଝଡ଼ ଝଞ୍ଜା କେତେ
ବରଷା ବତାସ ଧରି କି ଲୀଳା ସେ ରଚେ
କୂଳ କି କିନାରା ନାହିଁ
ନିରାଶାରେ ଯାଏ ଦିନ ଆଶାକୁ ଅନାଇ
କି ଜୀବନ ମୋର ଆବା ବଞ୍ଚିବା ମରିବା
ଦିନ ରାତି ସବୁ ମୋତେ ଲାଗେ ଏକାଏକା
ଦେଖୁଛି ମୁଁ ବେଳାଭୂମି
ଜ୍ୟୋତ୍ସ୍ନା ଭରା ଜହ୍ନ ରାତି ଯାଉଛି ଯାମିନି।
ତୁମ କୁହା କଥା ସବୁ ମନେ ଅଛି ମୋର
ଭେଦି ଯାଏ ହୃଦୟକୁ ଫଟାଇ ଅନ୍ତର
କେତେ ଯେ ଦାରୁଣ ତମେ
କେତେ ଆଉ କହିବି ବା ଅଶ୍ରୁଳ ନୟନେ।
ଅମାନିଆ ମନଟା ମୋ କଷ୍ଟ ଭାରି ଲାଗେ
ତୋର ଚିନ୍ତା ହୃଦେ ବୋହି ଦିନ ରାତି ଭାବେ
ଆସିବ କି ସୁଖ ଦିନ
ସୁଖ ତ ଯାଇଛି ମରି ଯାଇଛି ତା ଚିହ୍ନ।
ମଳୟ ପବନ କରେ ହୃଦୟ ଦହନ
ଖୋଜିବୁଲେ ସେଇ ଓଠ ଖୋଜେ ମଧୁବନ
ଭରୁ ନାହିଁ ମନ ଆଉ
ପିଆଲାରେ ଖୋଜୁଥାଏ ତୋର ତନୁ ବାହୁ।
ସୁତନୁ ଶ୍ରୀମୁଖ ତୋର ଆଉ କି ପାଇବି
ଉଡିଗଲା ଓଢଣୀ ତୋ ଆଉ କି ଧରିବ
ଦଇବ ନେଲା ସୁଖକୁ
ହେଜି ହୁଏ ତୋର ସଙ୍ଗ ସଘନ କେଶକୁ।
ତଥାପି ବଞ୍ଚିଛି ଏଠି ଆଶା ବି ରଖିଛି
ହୃଦୟର ଜ୍ୱାଳା ଧରି ଖୋଜି ମୁଁ ବୁଲୁଛି
ଆସିବକି ତମେ ବୋଲି
ଚାହିଁଛି ଫଗୁଣ ଦେଖ ଖେଳିବାକୁ ହୋଲି