Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ପାନ ପ୍ରିୟ ଶ୍ରୀଜଗନ୍ନାଥ

ପାନ ପ୍ରିୟ ଶ୍ରୀଜଗନ୍ନାଥ

1 min
3



ନିତି ପାନ ପ୍ରିୟ ରସିକ ନାଗର 

ପ୍ରଭୁ କାଳିଆ ସାଆନ୍ତ 

ବିଡ଼ିଆ ପାନର ଆକର୍ଷଣେ ବନ୍ଧା

ପାନ ବିନା ସବୁ ତିକ୍ତ

ଦୈନନ୍ଦିନ ପ୍ରତି ଧୂପ ପରେ ପାନ 

ଅର୍ପଣ ମଣୋହି ଭାବେ

ଗୋପାଳ ବଲ୍ଲଭ ଓ ସକାଳ ଧୂପ

ମଧ୍ୟାହ୍ନ ଧୂପ ବି ଯେବେ

ସନ୍ଧ୍ୟା ଓ ବଡ ସିଂହାର ଧୂପ ବେଳେ

ପାନ ପ୍ରତ୍ୟେକ ଧୂପରେ

ପହୁଡ଼ ଆଳତି ଶେଷ ହେଲା ପରେ

ପାନ ପଲଙ୍କ ତଳ ରେ

ପ୍ରତି ଥର ଛ ଟି ବିଡ଼ିଆ ପାନରେ

ସନ୍ତୁଷ୍ଟ କଳା ବଦନ

ଦୈନିକ ଛତିଶି ପାନ ମଣୋହି ରେ

ତୋଷ ପ୍ରଭୁଙ୍କର ମନ


ଅନ୍ୟାନ୍ୟ ବିଧି ପୁଣି ଚାପ ଖେଳରେ

ପାନ ଭୁଞ୍ଜନ୍ତି ସାଆନ୍ତ

ପାନ ଯୋଗାଇବା ସେବାକାରୀ ଥାଇ

ପାନର ଅଛି ମହତ୍ତ୍ୱ 

ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା ରହିଛି

ପାନ ଧାରେ ଲକ୍ଷ୍ମୀ ଭେଟ

ଅପମାନ ଧାରେ ଲକ୍ଷ୍ମୀ ଯିବା ପରେ

ଭୋକ ଥିଲା ମାତ୍ର କଷ୍ଟ

ଲକ୍ଷ୍ମୀ ଛଡ଼ା ହୋଇ ବୁଲି ଦୁଇ ଭାଇ

ଅତିଥି ହେଲେ ଯା ଘରେ

ଖାଇ ସାରି ପୋଡ଼ ପିଠା ଆଉ ପାନ

ଲକ୍ଷ୍ମୀ ବଢ଼ାଇଲେ ଧୀରେ

ପାନ ଦେଖି ଆଖି ଖୋଲି ଗଲା ଆପେ 

ଲକ୍ଷ୍ମୀ ଜାଣେ ପାନ କଥା

ପାନ ଧାରେ କ୍ରମେ କଥା ହେଲା ସତ 

ପାନ ହିଁ ଜଗତ ଜୀତା 


ପ୍ରତି ଶୁଭ କର୍ମ ଓ ଦେବ ପୂଜନ

ପୁଣି ବିବାହ ବେଳରେ

ପାନ ବିନା ପ୍ରାୟ ସବୁ ବିଡମ୍ବନା

ପାନ ହିଁ ପ୍ରତି କାର୍ଯ୍ୟରେ

ଅତିଥି ଅଭ୍ୟାଗତ ନୂତନ ବନ୍ଧୁ

ପାନ ସହ ବଢେ ଭାବ

ପାନ ଦିଆ ନିଆ ଏକ ପ୍ରେମ ଭାବ

ରସିକ ହିଁ ଜାଣେ ଭାବ


କାଳିଆ ସାଆନ୍ତ ପାନ ପ୍ରିୟ କଥା

ରହିଛି କିମ୍ବଦନ୍ତୀରେ

ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ବିନୀମୟେ ଭୋଗ

ତୁଚ୍ଛ ଥିଲା ପାନ ଧାରେ

ଗଜ ମୁକ୍ତା ଚୂର୍ଣ୍ଣ ଲେପ ଥାଇ ପାନ

ପ୍ରଭୁଙ୍କ ବରାଦ ଜାଣି

ଧନୀ ବଣିକ ର ଗର୍ବ ଅହଙ୍କାର

ଉଭେଇ ଗଲା ସେକ୍ଷଣି

ଗଜ ମୋତି ଚୂର୍ଣ୍ଣ ନ ଥାଇ ବି ପାନ

ମଣୋହି ଭାବେ ଅର୍ପଣ

ଚନ୍ଦନ,ଶ୍ରୀକର୍ପୁର ଓ ଜାଇଫଳ

ଗୁଆ ଅଳେଇଚ ଚୂର୍ଣ୍ଣ

ପାନ ର ଉପରି ଭାଗରେ ଲବଙ୍ଗ

ହଡ଼ପ ନାୟକ ଖୋସି

ନିତି ପାନ ଯୋଗାଇବା ସେବା ଧାରେ

ପ୍ରଭୁଙ୍କର ମନ ଖୁସି


ରସିକ ଠାକୁର ପାନ ପ୍ରିୟ ଭାବେ

ଲକ୍ଷ୍ମୀଙ୍କୁ ସମ୍ପୂର୍ଣ୍ଣ ଜଣା

ପାନ ଖିଆ କଥା ଜାଣିଲେ ଘରଣୀ

କିମ୍ପା ହୁଏ ଆନମନା !





Rate this content
Log in

Similar oriya poem from Abstract