ଜୀବନ
ଜୀବନ


ଜୀବନର ମୂଲ୍ୟାଙ୍କନ ନୁହଁଇ ସରଳଜ୍ୟାମିତି
ଗଣିତଠୁ ଅଟଇ ଜଟିଳ
ତ୍ରିଭୁଜ, ଆୟତକ୍ଷେତ୍ର, ବର୍ଗକ୍ଷେତ୍ରର ଚିତ୍ରପରିଧି,
ବ୍ୟାସ, ବ୍ୟାସାର୍ଦ୍ଧ ଆଉ ତ୍ରିକୋଣର ମାପନ
ବୁଝିଲେ ଗହନ, ବୁଝିଲେ ପାଠ ଅଟେ ଦି ଦିନ ।
ତ୍ରିକୋଣର ମାପ କ, ଖ, ଗ ଜୀବନ ତ୍ରିଭୁଜରେ
'କ' କୋଣରୁ ଆରମ୍ଭ, 'ଖ' କୋଣକୁ ଗମନ
କିଏ କେତେ ଡିଗ୍ରୀରେ ରହିବ
କାହାକୁ ବୁଝାଇବ
'ଖ' କୋଣରୁ 'ଗ' କୋଣକୁ ଉର୍ଦ୍ଧ୍ବ ମୁଖୀ ଗମନ
'ଗ' ଜୀବନର ଶେଷ ପଦଚିହ୍ନ ।
ଜୀବନର ଶୀର୍ଷ ସ୍ଥାନରେ ପହଞ୍ଚିବା ପରୀକ୍ଷାରେ
କେତେ ଜଣ ଉତ୍ତୀର୍ଣ୍ଣ କାହାକୁ ପଚାରିଚ ନା
ଆତ୍ମା କହିବା ଶୁଣିଛ!
ତୁ ଜୀବନ ତ୍ରିଭୁଜରେ କ, ଖ, ଗ କୋଉ କୋଣ ନୁହଁ
ତୁ ଭୁଲ୍ ଗାରଟାଣି ଲିଭାଉ ଥିବା ରବର ।।