STORYMIRROR

Amita Dash

Abstract

3  

Amita Dash

Abstract

ଜେଜିମାର କୁମ୍ପି

ଜେଜିମାର କୁମ୍ପି

1 min
285


ମାଟିର କୁମ୍ପି, ମାଟିରେ ତିଆରି

ହେଲେ ଅକଲନ ତା'ର ମୁଲଚାଲ କରି

ଅଜସ୍ର ସ୍ନେହ ମମତାରେ ଭରି

ଜେଜିମା ର ସନ୍ତକ ଅଟେ ସିଏ ମୋହରି

ତାକୁ ଦେଖିଦେଲେ ପିଲାଦିନ ମନେପଡ଼େ ଭାରି

ତା କୁମ୍ପିରେ ଜଗି ବସି ଥିଲା ବାପାଙ୍କ ଆକଟ ଛୁପି

ମାଁ ର ଭଲପାଇବା ର ଆତ୍ମତୃପ୍ତି

ପଚାଶ ପଇସା ରେ ଜେଜେଙ୍କ ଗାଳି

ପଚିଶି ପଇସା ରେ ଜେଜିମା ଆଶୀର୍ବାଦ ର ପୁଟୁଳି

ବଜାର ଗଲେ ଜେଜେମା ଦିଏ ପାଞ୍ଚଟଙ୍କା କାଢି

ସେଦିନ ଆମର ମନ ବହୁତ ଖୁସି

ସବୁଠୁ ନିଆରା ପରମ୍ପରା ରଖିଚି ଧରି

ବର୍ଷକୁ ଥରେ କାଢେ କୁମ୍ପି ତାହାରି

ମୋ ଜନ୍ମ ଦିନରେ କୁମ୍ପିର ସବୁ ପଇସା ଭିକାରୀ ଙ୍କୁ ଦିଏ ବାଣ୍ଟି

ତା ପର ଦିନକୁ ପୁଣି ବର୍ଷକ ପାଇଁ ସଞ୍ଚିବା ହୁଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract