ଓମିକ୍ରନ୍ ଯାଅ ଦୂରେ
ଓମିକ୍ରନ୍ ଯାଅ ଦୂରେ
କରାଳ ରୂପ ତା ମନରୁ ଲିଭିନି
ଦେଇ ତଯାଇଛି ଅମାପ ଦୁଃଖ
ଶୁଖିନି ଆଖିରୁ ଲୁହ
ହଜିଛି ଜୀବନ ହଜିଛି ଜୀବିକା
ଥମିନି ମନରୁ କୋହ ।
ସଙ୍ଗରୋଧ ସାଥେ ଗୃହବନ୍ଦୀ ପୁଣି
ପ୍ରବାସ ଜୀବନ ଦୁଃଖ
ଲୁହ କୋହ ସବୁ ରୁନ୍ଧି ପକାଉଛି
କା ଆଗେ କହିବା ଦୁଃଖ ।
ଗୋଟିଏ ନାଆରେ ସଭିଏଁ ସବାର
ସବୁ ଜନେ ଏକା ଦଶା
ଓମିକ୍ରନ୍ ପୁଣି ଆସେ ମାଡି
ଶୁଣି ଉଡିଲାଣି ହଂସା।
କରୋନା ଆମକୁ ଦେଇଛି ଶିଖାଇ
ପାଳୁ ସବୁ ସତର୍କତା
ଜୀବନ ଜୀଇଁବା ନୂତନ ଆଶାରେ
ବାନ୍ଧୁଛୁ ଚଢେଇ ବସା ।
ଓମିକ୍ରନ୍ ତୁମେ ଯାଅ ବହୁଦୂରେ
ଆଣନା ଆଉ ଦୁର୍ଦ୍ଦଶା
କଳଙ୍କିତ ଇତିହାସ ତ ରଚନା
ସୃଷ୍ଟି ବାରେ ହେଉ ରକ୍ଷା।
