STORYMIRROR

Madhabi Patel

Tragedy

3  

Madhabi Patel

Tragedy

ଵୋଝ

ଵୋଝ

1 min
217

ସଭିଙ୍କର ପ୍ରିୟ ଥିଲା ସିଏ ଦିନେ

କରୁଥିଲ ସର୍ବେ କଳି।

ମୋ ସାଙ୍ଗେ ରହିବ ମୋହର ହୋଇବ

ସମସ୍ତଙ୍କ ଗଳାମାଳି।

ସ୍ନେହ ପରଶର ମମତା ଚୁମାର

କେତେ କରିଛ ଅର୍ଦଳି।

ଆଜି ତାକୁ ଭାଗବଣ୍ଟା କରିଦିଅ

ଗୋଟେ ମାସ କରି ପାଳି।

ବକ୍ଷ ଅମୃତଦେଇ ଉଜାଗର ରହି

ମୁଥ ଶେଯେ ଶୋଇକରି।

ଯେତେବେଳେ ତୁମେ ବଡ ହେଇଗଲ

ସେ ସବୁ ଦେଲ ପାଶୋରି।

ରୋଗିଣା ବୁଢୀଟା କାଶେ ଖୁଁ ଖୁଁ

ଆଣ୍ଠୁଅଣ୍ଟା ଯାଏ ମୋଡି।

ଏତିକି ବେଳକୁ ବୋଝ ଭାବି ତାକୁ

ବୃଦ୍ଧାଶ୍ରମେ ଆସ ଛାଡି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy