ଓଡ଼ିଆ ବଞ୍ଚାଇବା ପଣ
ଓଡ଼ିଆ ବଞ୍ଚାଇବା ପଣ
ଓଡ଼ିଆ ର ଭାଇ
ବନ୍ଧୁ ଯେ ଆମର
ଓଡ଼ିଆ ଦୁରଉଛନ୍ତି,
ଦୁଃଖ ଲାଗେ ମୋତେ
ନିଜ ମାତୃଭାଷା
ହରାଇ ସେ ବସିଛନ୍ତି।
ଦିନେ ଥିଲା ଏହି
ଅଞ୍ଚଳେ ବିଖ୍ୟାତ
ମାଁ ମାଟି ମାତୃଭାଷା,
ଆଜିକାଲି ପିଲେ
ଭୂଲି ପାଶୋରିଲେ
ସଂସ୍କାର ର ପରିଭାଷା।
କବି ସାହିତ୍ୟିକ
ଭରା ଏ ଅଞ୍ଚଳ
ଓଡ଼ିଆ ର ମାନ ରଖି,
ମହାପୁରୁଷ ଙ୍କ
ହାତ ଲେଖା କାବ୍ୟ
ଆଜି ଭି ରହିଛି ଲାଖି।
ଜାଗୋରେ ଓଡ଼ିଆ
ଭାଇ ବନ୍ଧୁ ଆମ
କର ନାହିଁ ଆଉ ହେଳା,
ନିମିଷକେ ସବୁ
ଚୂନା ହେଇଯିବ
ଡୁବି ଯିବ ଆମ ଭେଳା।
