ନୂଆ ପରିଚୟ
ନୂଆ ପରିଚୟ
କବିତା - ନୂଆ ପରିଚୟ
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୨-୨୦୨୬
++++++++++++++++
ଋତୁ ବଦଳେ
ବୋଧହୁଏ ପ୍ରକୃତି ନିୟମ
ଚିତ୍ର ବଦଳେ
ବୋଧହୁଏ ନିୟତି ନିୟମ
ଚରିତ୍ର ବି ବଦଳେ
ବୋଧହୁଏ ସଂସ୍କୃତି ବେନିୟମ
ଋତୁ ବଦଳେ
ସାଥିରେ ପରିବେଶ ବଦଳେ
ଚିତ୍ର ଚରିତ୍ର ବି ବଦଳେ
ଘଟ ପରିବର୍ତ୍ତନ ନାଁରେ
ନୂଆ ପୋଷାକ ପିନ୍ଧି ସସାଗରା ଧରା
ଧରା ଧରଣୀ ଧରିତ୍ରୀ ନବକଳେବର ସକଳେ
ପତ୍ରଝଡ଼ାର ପର୍ବ ହେଲାଣି ଆରମ୍ଭ
କେତେ ଯନ୍ତ୍ରଣା ଦାୟକ
ଶୁଖିଲା ଗଛକୁ ଛାଡି ଦେଇ ଏକାକୀ
ସବୁ ଝରି ଯାନ୍ତି ଏକ ପରେ ଏକ
ଅତି ଆପଣାର ନିଜର ଲୋକ
ପଚାରି ଥରେ ଦେଖ
ଅନୁଭବ କରି ଥରେ ପରଖ
ଋତୁ ବଦଳିବାର
ସେହି
ଅପେକ୍ଷମାଣ ମୁହୁର୍ତ୍ତ
କେତେ ଦୁଃଖମୟ
କେତେ ଅନୁଶୋଚନାମୟ
ବହୁତ କାଠିକର ପାଠ ନୁହଁଇ ଅନୁମେୟ
ଅଧୁନା ବିଶାଳ ତରୁବର
ଥିଣ୍ଟା ହୋଇଥାଇ ପାରେ
ଲଣ୍ଡା ଦିଶୁଥାଇ ପାରେ
ଶୁଷ୍କ କଳାକାଠ ପଡିଯାଇ ଥାଇପାରେ
ରିକ୍ତ ଶିକ୍ତ ରକ୍ତଶୂନ୍ୟ ଖରାରେ ଜଳୁଥାଇପାରେ
ତଥାପି କ୍ଷୀଣ ଆଶାଟେ ଗଡୁଥାଏ
ତଥାପି ପତଳା ସ୍ବପ୍ନଟି କଡ଼ ଲେଉଟୁଥାଏ
କାଳେ କଅଁଳିବ ନବ କିଶଳୟ
କାଳେ ଗଜୁରି ଉଠିବ କିଛି ନୂଆ ପରିଚୟ
ଶେଷରେ ସତ୍ୟ ହିଁ ହୁଏ ଉଦ୍ଭାସିତ
ସବୁଜ ପତ୍ର ସବୁ କଅଁଳି ଖେଳି
ହରା ଭରା ପରିବାର ମେଳେ ହସାନ୍ତି ଜଗତ
ବୋଧହୁଏ ପ୍ରକୃତି ନିୟତିର
ଏହି
ପୁନଃ ଜୀବନ ସଞ୍ଚାର ପ୍ରକ୍ରୀୟା
ଶେଷ ହସନ୍ତ ବସନ୍ତର ଆଗମନୀ ଚର୍ଚ୍ଚା ଚର୍ଚ୍ଚିତ ।
