Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Action Classics Others

4  

Lokanath Rath

Action Classics Others

ନୂଆ ବର୍ଷ...

ନୂଆ ବର୍ଷ...

1 min
249



ଦିନ ପରେ ଦିନ, ମାସ ପରେ ମାସ 

  ଗଡି ଗଡି ଚାଲେ, ପୂରିଯାଏ ଏକ ବର୍ଷ, 

ହୋଇଯାଏ ସିଏ ପୁରୁଣା, ରହି ଯାଏ ଅତୀତରେ 

  ବାଟ ଛାଡିଦିଏ ସିଏ ଦେଖି ନୂଆ ବର୍ଷ |


ନୂଆ ବର୍ଷର ଆଗମନ ଦେଖି ମନ କହେ 

  ସ୍ୱାଗତ କରିବ ତାକୁ ସିଏ ବଡ଼ ଆଦରରେ, 

ଦେଖିବ ନୂଆ ନୂଆ ସ୍ବପ୍ନ ବଡ଼ ଆନନ୍ଦରେ 

  ବାନ୍ଧେ ଭରସାର ଡୋର ସିଏ ବଡ଼ ଆଶାରେ |


ବିବ୍ରତ ଥିଲା ପାଇ କେତେ ଯନ୍ତ୍ରଣାର ଯାତନା 

  ଭାଙ୍ଗିଥିଲା ତାର ଆଶା ଆଉ ଭରସାର ବାସ, 

ସମୟର ସଙ୍ଗେ ମିଶି ବଡ଼ ଖେଳ କରିଗଲା 

  ଗତ ବର୍ଷ ଦୁନିଆରେ, ଜାଣିଛି ନୂଆ ବର୍ଷ |


ସେଥିପାଇଁ ସବୁ ଏବେ କରନ୍ତି ସୁନ୍ଦର ଆୟୋଜନ 

  ନୂଆ ବର୍ଷରେ ଜଣାଇବେ ମିଶି ଶୁଭ ଅଭିନନ୍ଦନ, 

ଜକମକ ହୋଇ ସାଜସଜ୍ଜାରେ ସାଜିଛି ମଧ୍ୟ ରାତ୍ରି 

  କରିବାକୁ ବଡ଼ ସରାଗରେ ତାକୁ କରିବ ଆଲିଙ୍ଗନ |


ବାଜୁଛି ବାଜା, କମ୍ପୁଛି ସଙ୍ଗୀତର ଧ୍ୱନି ଚଉଦିଗେ 

  ଆତସବାଜୀରେ ରାତ୍ରୀ ବି ହସି ହସି ଚାହିଁଛି, 

ଏହି ନୂଆ ବର୍ଷକୁ, ରହିଛନ୍ତି ସବୁ ଅପେକ୍ଷାରେ 

  ପାଦ ଚାପି ଚାପି ପରା ସିଏ ଆସୁଛି |


ଅତୀତକୁ ଭୁଲି କେତେ କେତେ ଆଶା ନେଇ 

  ନୂଆ ବର୍ଷକୁ ଧରି ରଖନ୍ତି ସଭିଏଁ ପରା, 

ନାଚି ନାଚି, ଝୁମି ଝୁମି ବଡ଼ ଉଲ୍ଲାସରେ 

   ଖେଳିଯାଏ ଖୁସିର ଲହଡି ଏହି ଜଗତ ସାରା |


ତୁନି ତୁନି ତାକୁ ଏକାନ୍ତରେ ବସି ଏବେ 

   କୁହନ୍ତି ସବୁ ଯାହା ଯନ୍ତ୍ରଣା ଯାତନା ପାଇଛନ୍ତି, 

ନୂଆ ବର୍ଷ ସିଏ, ସବୁ ଶୁଣିଯାଏ ଆଦରେ 

  ବୁଝିଯାଏ ସବୁ, କେତେ ଆଶା ମନରେ ବାନ୍ଧିଛନ୍ତି |


ସବୁ ଦେଖି ସବୁ ବୁଝି ନୂଆ ବର୍ଷ 

  ଚୁପ ହୋଉ ସବୁ ବିଚାରେ, କିଛି କହେନାହିଁ, 

ସମୟକୁ ଚାହେଁ ଆଉ ଆଖିଠାର ଖାଲି ମାରେ 

  କେବେ କାହାର ଆଶାର ପ୍ରଦୀପ ଲିଭେ ନାହିଁ ।


Rate this content
Log in

Similar oriya poem from Action