ସ୍ବାଧୀନତା
ସ୍ବାଧୀନତା
ସ୍ବାଧୀନତା ଅଟେ ସର୍ବୋତ୍ତମ ଭାବ
ପ୍ରକାଶଇ ଯାହା ନୀତି ଓ ସଦ୍ଭାବ ।
ସ୍ବାଧୀନ ଜୀବନ ଅତିବାହିତ ରେ
ମିଳେ, ସୁଖ, ଶାନ୍ତି ସନ୍ତୋଷ ପ୍ରାଣ ରେ ।
ସ୍ନେହ, ପ୍ରେମ, ଶ୍ରଦ୍ଧା, ଆଦର ବାତ୍ସଲ୍ୟ
ଝାରାଏ ଯେ ସ୍ୱାଦୁ ମମତା - ଅମୀୟ ।
ଭୟ, ଭ୍ରାନ୍ତି, ଭ୍ରମ, ଈର୍ଷା, ମୋହ ଦୂର
ଉନ୍ନତି ଦିଗରେ କରେ ଅଗ୍ରସର ।
କରି ନିତି ନିତି ଅଭିନବ ପନ୍ଥା
ଆନନ୍ଦ, ଉଦ୍ୟମ ଦିଏ ସ୍ବାଧୀନତା ।
ମୁକ୍ତ ଓ ସ୍ଵତନ୍ତ୍ର କରାଇ ପ୍ରାଣୀ କୁ
ନବ ନବ ଆଶା, କୌଶଳ, ଭାବ କୁ ।
ପ୍ରଦର୍ଶିତ କରି ପ୍ରାଣୀ ଚେତନା କୁ
ସ୍ଵତନ୍ତ୍ର ବିଚାର ଚିନ୍ତା ପ୍ରକାଶ କୁ ।
ଉତ୍ତରୋତ୍ତର ଯେ ବିକାଶ ସାଧିତ
କରାଇ ସତତ ସାଧି ଥାଏ ହିତ ।
ସମାଜ କଲ୍ୟାଣ କରି ପରବର୍ତ୍ତୀ
ସମୟକୁ କରେ ସହାୟତା ନିତି ।
ସର୍ବଦା ସୁବିଧା ପ୍ରଦାନ କାରୀ ଯେ
କୌଣସି ପ୍ରକାର କାର୍ଯ୍ୟ ରେ ସହଜେ ।
ଲିପ୍ତ ହୋଇ ଉଠେ ଆହା କି ଆଗ୍ରହ
ସ୍ବାଧୀନତା ଦିଏ ଜୀବନେ ଆମୋଦ ।
ପବିତ୍ର ପ୍ରେରଣା ପ୍ରଦାନ କରଇ
ସୁମହତ କାର୍ଯ୍ୟେ ମନ ନିବେଶାଇ ।
ହୁଏ ବହୁ ବିଦ୍ଧ ଉନ୍ନତି ସହାୟ
ସ୍ବାଧୀନତା ବିନା ବ୍ୟକ୍ତି ଅସହାୟ ।
