Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita tripathy

Abstract Tragedy

4  

sasmita tripathy

Abstract Tragedy

ନୂଆ ଅତିଥି

ନୂଆ ଅତିଥି

1 min
516



ଦାମ୍ପତ୍ୟ ଜୀଵନ ର ପାନ୍ଥ ଶାଳା ରେ 

ଫଗୁଣ ର ଶେଷ ସ୍ପର୍ଶ ପରେ

କୁଁଆ କୁଁଆ ଶବ୍ଦ ର ଗୁଞ୍ଜରଣ ରେ

କୁନି କୁନି ପାଦ ଥାପି ଥିଲା

ସେ ନୂଆ ଅତିଥି 

ଆମ ଗହଣରେ 


ମୋ ନାରୀ ଜୀଵନ ର 

ଇତିହାସ ରେ ପୂର୍ଣ୍ଣତା ର 

ନୂଆ ଫର୍ଦ୍ଦ ଟିଏ ଯୋଡି

ମାତୃତ୍ୱ ଅଧ୍ୟାୟ ର ମିଠା ମିଠା 

ସ୍ମୃତି ଅବର୍ଣ୍ଣନୀୟ ଅତୁଳନୀୟ

ଖୁସି ରେ ପୁରି ଉଠୁଥିଲା 

ଆମ ହୃଦୟ ର ଅଗଣା 


ତେଜଦୀପ୍ତ ଶରୀର 

ନିଳୋତ୍ପଳ ଚକ୍ଷୁ ଯୁଗଳ ଅତି ଆକର୍ଷକ

ସଦ୍ୟ ପ୍ରସ୍ଫୁଟିତ ଗୋଲାପ କଢ଼ି 

ଚେହେରା କୁ କୁଞ୍ଚ କୁଞ୍ଚିଆ 

କଳା କେଶ ଧାରୀ ପରୀ ଟିଏ 

ଓହ୍ଲାଇ ଆସି ଥିଲା ମର୍ତ୍ତ୍ୟ ପୁର କୁ


ଧୀରେ ଧୀରେ ସମୟ ର

ତାଳେ ତାଳେ ବଢି ଚାଲିଲା 

ଆମ ପରୀ ଚନ୍ଦ୍ରକଳା ପରି 

ତାର ମାଆ ମାଆ ଡାକ 

ପ୍ରଥମ ଥର ଭରି ଥିଲା 

ଅପୂର୍ବ ରାଗିଣୀ 

ଠୁକୁ ଠୁକୁ ଚାଲିଲେ ରୁଣୁଝୁଣୁ

କରୁ ଥିଲା ପାଉଁଜି 

ଲାଗୁଥିଲା ରାଜହଂସୀ ଟିଏ

ଢଳି ଢଳି ହୋଇ ଚାଲୁଛି

ବାଲ୍ୟ ରୁ ଶୈଶଵ ପୁଣି 

ଯୌବନ ର ସ୍ପର୍ଶ ପାଇ

ସେ କୁନି ଅତିଥି ସମ୍ପୂର୍ଣ୍ଣ

ରୂପ ଲାବଣ୍ୟ ର ଅଧିକାରୀଣୀ

ଓ ବିବାହ ଯୋଗ୍ୟା 


ନୂଆ ଜୀଵନ ର ଅୟମାରମ୍ଭ 

ପାଇଁ ଜୀଵନ ସାଥି ର ହାତ ଧରି 

ଆମ କୁ ବୟସ ର ଅପରାହ୍ନ ରେ

ପାନ୍ଥଶାଳା ରେ ବିଦାୟ ଦେଇ 

ସେ ପରୀ ଆଜି ରାଣୀ ରୁ ମହାରାଣୀ 

ବେଶ ରେ ସଜାଇ ହୋଇ 

ହୃଦୟ ର କୋଣ ଅନୁକୋଣ

କୁ ରିକ୍ତ କରି ଅଶ୍ରୁ ରେ ଭିଜାଇ

ନେଲେ ବିଦାୟ 

ହେଲେ ପାନ୍ଥଶାଳା ପୁଣି 

ଅପେକ୍ଷା କରିଛି ସେ ଅତିଥି 

ର ଫେରିବା ବାଟ କୁ ।


Rate this content
Log in

Similar oriya poem from Abstract