ପ୍ରେମ ଏକ ନଈ
ପ୍ରେମ ଏକ ନଈ


ପ୍ରେମ ଏକ ନଈ ଯାଏ ବୋହି ବୋହି
ପ୍ରୀତିର ସଂଗୀତ ଗାଇ
କେବେ ଋଷୁ ଥାଏ କେବେ ହସୁଥାଏ
ମନେ ମନେ କଥାହୋଇ ।(୧)
ମନ ଆଇନାରେ ତୁମ ଛବି ଆସେ
ଆସିକି ମିଳେଇ ଯାଏ
ଜୀବନର ମାନେ ବୁଝିବା ଆଗରୁ
ସବୁ ସ୍ମୃତି ହୋଇଯାଏ ।(୨)
ଜୀବନର ବାଟେ ଭଲ ପାଇଯିବା
ଖୁସି ବାଣ୍ଟି ବୁଲୁଥିବା
ପଦେ ମିଠା କଥା ଚେନାଏ ହସରେ
ଆପଣାର ହୋଇ ଯିବା ।(୩)