Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita tripathy

Abstract Classics

3.2  

sasmita tripathy

Abstract Classics

କାକର କାହାଣୀ

କାକର କାହାଣୀ

1 min
156



କେଉଁ ରାଇଜର ରୂପବତୀର ତୁ 

ନୟନ ରୁ ଝରା ବାରି 

ଦୁଃଖ ର ଅଵା କି ଆନନ୍ଦାଶ୍ରୁ ସେଯେ 

କହି ଦିଅ ଅପସରି l


ଧରଣୀ ରାଣୀ ର ଅବବ୍ୟୟକୁ ତୁ

ଭାବନା ରେ କରୁ ସିକ୍ତ

ସହସ୍ରାଂଶୁ ଙ୍କର ଆଗମନେ ପୁଣି 

ସ୍ୱତଃ ହୋଇ ଯାଉ ମୁକ୍ତ l


ତୋ ଅଶ୍ରୁ ପରଶେ ବନ ଦାରୁ ଲତା 

ଆଶ୍ୱସ୍ତି ଲଭନ୍ତି କ୍ଷଣେ 

ଦୁର୍ବାଦଳ ମଧ୍ୟେ ଚମକରେ ତୋର 

ଭ୍ରମ ରେ ପଡନ୍ତି ଜନେ l


ପଦ୍ମ ପାଖୁଡ଼ା ରେ ଗୋଲାପୀ ଅଧରେ 

କାକର କାହାଣୀ ଲେଖେ

ଶୀତ ସକାଳ ର ଶିଶିର ବୁନ୍ଦା କୁ 

ସୂର୍ଯ୍ୟମୁଖୀ ଦେହେ ମାଖେ l


ଶୂନ୍ୟରୁ ଆସି ସେ ଶୂନ୍ୟରେ ମିଳାଏ 

କ୍ଷଣସ୍ଥାୟୀ ତାର ସ୍ଥିତି

ଫୁଲ ପାଖୁଡା ରେ ହଜାଇ ଅସ୍ତିତ୍ୱ 

ଗାଇ ଯାଏ ପ୍ରେମ ଗୀତି l


Rate this content
Log in