STORYMIRROR

Bijay Prusty

Abstract

3  

Bijay Prusty

Abstract

ଶ୍ରୀକ୍ଷେତ୍ରେ ପଞ୍ଚୁକ

ଶ୍ରୀକ୍ଷେତ୍ରେ ପଞ୍ଚୁକ

1 min
130



ଆସ ଆସ ସଖି ହାତେ ହାତ ରଖି

ଯିବା ଶ୍ରୀ ପୁରୁଷୋତ୍ତମ

ଗହଳି ଚହଳି ଲାଗିଛି ସେଠାରେ

କମ୍ପି ଉଠେ ପୂଣ୍ୟଧାମ ।


କାର୍ତ୍ତିକର ଶେଷ ପାଞ୍ଚଦିନ ସର୍ବେ

ଛାଡି ଆଉ ସବୁ କାମ

ହରଷ ମନରେ ପଞ୍ଚୁକ ପାଳନ୍ତି

ଜପି ହରେ କୃଷ୍ଣ ନାମ ।


ସବୁ ମାସ ମଧ୍ୟେ କାର୍ତ୍ତିକ ମାସଟି

ଧର୍ମମାସ ବୋଲି ଜଣା

ଚାଲ ଶ୍ରୀକ୍ଷେତ୍ରରେ ଜପିବା ଶ୍ରୀହରି

ହେବାନାହିଁ ବାଟବଣା ।


ସକାଳୁ ସକାଳୁ ସ୍ନାନକର୍ମ ସାରି

 ଚଉରାରେ ଦେଇ ପାଣି

ରଙ୍ଗ ମୁରୁଜରେ ରଙ୍ଗେଇ ଦେବାଲୋ

ପ୍ରଣମି ଶ୍ରୀଚକ୍ରପାଣି ।


ତୁମେ ରାନ୍ଧିଦେବ ହବିଷ୍ୟ ମୁଠାଏ

ଖାଇଦେବା ସାଥି ହୋଇ

ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଲେ

ଧନ୍ୟହେବ ଆଖି ଦୁଇ ।


ଚାଲ ଚାଲ ସଖୀ ବେଗି ବେଗି ଯିବା

ଉଛୁର ହେଉଛି ବେଳ

କଳାକାହ୍ନୁ ରୂପ ଦର୍ଶନ କରି ଲୋ

ଅରଜିବା ପୂଣ୍ୟଫଳ ।


 


Rate this content
Log in

Similar oriya poem from Abstract