STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ନଳକୂପ ପାଣି

ନଳକୂପ ପାଣି

5 mins
6

ଗାଁରେ ବସିଥିବା ପ୍ରଥମ ନଳକୂପ ଅଚଳ ହୋଇ ପଡିଥିଲା. ଛୁଟିରେ ଗାଁକୁ ଆସି ନିଶାନ୍ତ ଦେଖିଥିଲା ତା ପିଲାଦିନର ନଳକୂପ ଅଚଳ ହୋଇ ପଡିଛି. ତାର ମାଆ କଥା ଖୁବ ମନେପଡ଼ୁଥିଲା. ମାଆ ବାସନ୍ତୀ ଅନ୍ୟ ସ୍ତ୍ରୀ ଲୋକ ମାନଙ୍କ ସଙ୍ଗେ ନଳକୂଅ ମୁଳୁ ପାଣି ଗରା ମୁଣ୍ଡେଇ ଯାଉ ଯାଉ ସେଦିନ ଯାହା ସବୁ କଥା ହେଉଥିଲେସେସବୁ ନିଶାନ୍ତ ମନ୍ଦିର ପିଣ୍ଢାରେ ବସି ସବୁ ଶୁଣିଥିଲା. ମାଳତୀ ମାଉସୀ କହୁଥିଲେ ମୋ ପୁଅ ଖୁବ ଶାନ୍ତ ଶିଷ୍ଟ ଓ ଭଲ ପଢେ. ଏତିକି ବେଳେ ସେଇବାଟ ଦେଇ ତାଙ୍କ ପୁଅ ଗଲେ ଓ ମାଳତୀ ମାଉସୀଙ୍କୁ କହିଲେ ବୋଉ ଶୀଘ୍ର ରା଼ନ୍ଧିଦେଇଥିବୁ ମୁଁ ଭୁବନେଶ୍ୱର ଯିବି. ତା ପରେ ପରେ ସୁକାନ୍ତି ମାଉସୀ ମଧ୍ୟ କହୁଥିଲେ ହଁ ମାଳତୀ ଅପା ତୁମ ପୁଅ ପରି ମୋ ପୁଅ ମଧ୍ୟ ଖୁବ ସଂସ୍କାରୀ. ସତ କହି ଅପ୍ରିୟ ହେଲେ ହେଉ ପଛେ କିନ୍ତୁ ସତ ଛଡା ତାର ମିଛ ନାହିଁ. ଏହି ସମୟରେ ସେଇ ବାଟ ଦେଇ ସୁକାନ୍ତିମାଉସୀଙ୍କ ପୁଅ ଗଲେ ଓ ସୁକାନ୍ତି ମାଉସୀଙ୍କୁ କହୁଥିଲେ ଏତେ ଡେରି କଣ କରୁଛୁ ବୋଉ?ଶୀଘ୍ର ଘରକୁ ଆସି ରା଼ନ୍ଧିଲେ ଓ ମୁଁ କହିଥିବା ପାଞ୍ଚଶହ ଟଙ୍କା ଦେଲେ ମୁଁ ଆମ ଟିମରେ ଖେଳିବାକୁ ଯିବି କହିଥିଲି ପରା. ଏଥର ମାଳତୀ ମାଉସୀ ଓ ସୁକାନ୍ତି ମାଉସୀ ତରତରରେ ପାଦ ପକେଇବା ଦେଖି ନିଶାନ୍ତ ବୋଉ ବାସନ୍ତୀ ମଧ୍ୟ ତରତର ରେ ପାଦ ପକାଉ ପକାଉ ମୁଣ୍ଡ ଉପରେ ଥିବା ଗରାରୁ ଜଳ ଚହଲି ଦେହ ଓଦା ହୋଇଯାଉଥିଲା ତ ଟିକେ ଦୂରରେ ସବୁ ଦେଖି ଶୁଣୁ ଥିବା ନିଶାନ୍ତ ଆଉ ସହି ପାରିଲାନି. ଦଉଡି ଯାଇ ବୋଉର ଗରାକୁ ମୁଣ୍ଡ ଉପରେ ରଖି ଆଉ ଦୁଇ ହାତରେ ଦୁଇ ମାଉସୀଙ୍କ ଗରା ଧରି ତରତର ଚାଲି ପକେଇ ଗାଁ ଭିତର ଘରକୁ ଆସିଥିଲା. ଦୁଇମାଉସୀ ଅନେକ ଆଶୀର୍ବାଦ ଦେଇ କହିଥିଲେ ତୁ ନିଶ୍ଚୟ ଦିନେ ବଡ଼ ହାକିମ ହେବୁ ଆଉ ବୋଉ ଲୁହ ସରସର ଆଖିରେ ତା ମୁଁହଁ ପୋଛି ଦେଇ ଖାଲି କହିଥିଲା ମୋ ଧନ. ସେଇ ଦୁଇଟି ଶବ୍ଦ ଭିତରେ କେତେ ଯେ ଅକୁହା ଆଶୀର୍ବାଦ ଲୁଚି ରହିଥିଲା ପରେ ଅନୁଭବ କରି ଚକିତ ହୋଇ ପଡ଼ୁ ପଡ଼ୁ ବଡ଼ ମଣିଷ ନହେଲେ ମଧ୍ୟ ବିଡ଼ିଓ ହୋଇ ଗାଁକୁ ଆସି ସେଇକଥା ଭାବୁଥିଲା ନିଶାନ୍ତ.ପ୍ରଥମ ନଳକୂପଟି ଏବେ ତାକୁ ତା ମାଆ ବାସନ୍ତୀ ରୂପେ ଦେଖାଯାଉଥିଲା ତ ସେ ଗାଁକୁ ବଦଳି ହୋଇ ଆସିବା ପରେ ପ୍ରଥମ ପଦକ୍ଷେପରେ ନଳକୂପର ମରାମିତି କରିବା ସହ ଆଉ ଗୋଟେ ନଳକୂପ ବସାଇ ଥିଲା ଗାଁରେ.
    ନିଶାନ୍ତର ସେଦିନ କଥା ମନେଅଛି. ବାପାଙ୍କ ପୁରୁଣା ସାଇକେଲ ରେ ବୋଉ କୁ ବସେଇ ହସ୍ପିଟାଲ ନେଉ ନେଉ ରୋଗୀଣା ଶରୀର ଓଲଟି ପଡିଥିଲା ସାଇକେଲ ରୁ ରାସ୍ତା ତଳକୁ ତ ଦୁଇ ପଟୁ ଆସୁଥିବା ଗାଡି ମଟର ମାଡିଯିବା ଭୟରେ ବୋଉକୁ ଘୋଷାଡି ଆଣିଲା ବେଳକୁ ବୋଉର ଶରୀର ଟା ଥିଲା ମଲା. ପ୍ରାଣବାୟୁ ଉଡିସାରିଥିଲା ସେଇ ଦୂର ଦେଶକୁ.   କିଛି ସମୟ କନ୍ଦା କଟା ଜୋର୍ ଶୁଭିଲା, ତା ପରେ  ଅତି ନିଜର ଲୋକମାନେ ବୋଉକୁ ଶବ ବା ମଡା ବୋଲି ସଂବୋଧନ କରି ଶୀଘ୍ର ପୋଡ଼ି ଦେବାକୁ ପ୍ରସ୍ତୁତ ହେଲେ. ଆଉ କିଛି ସମ୍ପର୍କୀୟମାନେ ଶବଦାହକୁ ଆସିଲେ କିନ୍ତୁ ଛୁଆଁ ହୋଇଯିବେ ବୋଲି ଦୂରରେ ରହି କିଛି ସମୟ ପରେ ଚାଲିଗଲେ.ଦଶ ତୁଠରେ ବନ୍ଧୁ ବାନ୍ଧବ ମାନେ ଏମିତି ହସ ଖୁସିରେ ସମୟ କାଟୁଥିଲେ ଯେ ସତେ ଯେମିତି କିଛି ହୋଇନି. ଆଉ କିଛି ସମ୍ପର୍କୀୟ ବୋଉର ବିୟୋଗ ରେ ଦୁଃଖ ପ୍ରକାଶ ବଦଳରେ ଦଶ ତୁଠ ଲୁଗା ର ଖୁଣ କାଢ଼ୁଥିବା ସହିତ ବାପା ଦ୍ୱିତୀୟ ବିବାହ ନକଲେ ନିଶାନ୍ତ କେମିତି ବଡ଼ ହେବ ବୋଲି କହୁଥିଲେ.ବାର ଦିନ ଆମିଷ ଭୋଜି ଖାଇ ଯିଏ ଯୁଆଡେ ଚାଲିଗଲେ.ଗୋଟିଏ ବା ଦୁଇଟି ସପ୍ତାହ ନେଇ ସୋସିଆଲ ମିଡିଆରେ ବନ୍ଧୁ ପରିଜନ RIP କିମ୍ବା ଦୁଃଖ ପୂର୍ଣ୍ଣ ଇମୋଜି ସହ ବୋଉ ଆତ୍ମା ର ସଦଗତି ନେଇ ମେସେଜ ପୋଷ୍ଟ କଲେ ଓ ତାଙ୍କ କର୍ତ୍ତବ୍ୟ ସରିଗଲା ବୋଲି ଭାବି ନେଲେ .ତା'ପରେ ସମସ୍ତଙ୍କ ଜୀବନ ସ୍ୱାଭାବିକ ହୋଇଗଲା.ସାଙ୍ଗସାଥୀ , ପରିବାର ଲୋକ ମଧ୍ୟ ଧୀରେ ଧୀରେ ବୋଉ ବିନା ଆଗକୁ ବଢ଼ିଚାଲିଥିଲେ ହେଲେ ନିଶାନ୍ତ!ବୋଉର ସଞ୍ଚୟ କାଗଜ ପତ୍ର ଖୋଜି ଓ ସବୁକିଛି ପାଇଁ ନୋମିନି ଫର୍ମ ଭରା ଗଲା.ପୁଅ ନିଶାନ୍ତ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଧାଡ଼ିରେ ଠିଆ ହେଲା.ମାସ ଦୁଇଟା ପରେ ସମସ୍ତଙ୍କୁ ଲାଗିଲା ସତେ ଯେମିତି କିଛି ହୋଇନାହିଁ. ଆଉ କିଛି ମାସ ପରେ ବୋଉକୁ ସମସ୍ତେ ଭୁଲିଯାଇଥିଲେ ମଧ୍ୟ ବୋଉ ନିଶାନ୍ତ ନାମରେ ରଖିଥିବା ସୁଭଦ୍ରା ସଞ୍ଚୟ ପଇସାରେ ପାଠ ପଢୁଥିଲା ଆଗକୁ ଆଗକୁ.ବର୍ଷକ ପରେ ଧୁମ୍ ଧାମ ରେ ପ୍ରଥମ ଶ୍ରାଦ୍ଧ ରେ ବୋଉକୁ କମ୍ ମନେ ପକାଇ ଭୋଜି ଭାତ କୁ ଅଧିକ ଗୁରୁତ୍ଵ ଦେଉଥିଲେ ଚିହ୍ନା ଜଣା ବନ୍ଧୁ ବାନ୍ଧବ. ବାସ୍, ଏହାହିଁ  ବୋଉର ଜୀବନକାହାଣୀ. ଯେଉଁମାନଙ୍କୁ ସବୁଠାରୁ ନିଜର ବୋଲି ଭାବୁଥିଲେ, ସେମାନଙ୍କ ମଧ୍ୟରୁ କିଛି ଲୋକ, ବୋଉର ଅନ୍ତିମ ସମୟ ରେ ମଧ୍ୟ ଆସିଲେ ନାହିଁ.ଯେଉଁ ମାନଙ୍କୁ ବୋଉ ଅଧିକ ସମୟ ଦେଇଥିଲା ସେହିମାନେ ହିଁ ସମୟ ନାହିଁ କହି ଦୁରେଇଗଲେ.ସତ୍ୟ ଥିଲା: ବୋଉ, ଚାଲିଗଲା ପରେ ନିଶାନ୍ତ ଏକୁଟିଆ ହୋଇଗଲା. ବୋଉ ମରଣ ରେ ଦୁନିଆ ଅଟକି ଗଲାନି, କିଛି ମୁହୂର୍ତ୍ତ ମନେ ପକାଇଲେ କେହି କେହି ତା ପରେ ସବୁ କିଛି ସ୍ବାଭାବିକ.ବୋଉ କେବଳ ଫଟୋ ରେ ରହିଗଲା ନିଶାନ୍ତର ପଢ଼ା ଘରେ ପୁଣି ଅଳନ୍ଧୁ ଝାଡ଼ିଚାଲିଥିଲା ପୁଅ ନିଶାନ୍ତ.ବାପା ସିନା କ୍ଷମା କରିଦେଲେ ହେଲେ ନିଜକୁ କ୍ଷମା କରିପାରୁନଥିବା ନିଶାନ୍ତ. ତାକୁ ଶୁଭୁଥିଲା ସେଇ ଦୁଇ ଶବ୍ଦ ବୋଉର ଯେ ମୋ ଧନ.. ମୋ ଧନ. ତା ପରଠୁ ପଛକୁ ବୁଲି ଚାହିଁନି କେଵେ ନିଶାନ୍ତ. ଆଜି ସଫଳ ହୋଇ ଫେରିଆସିବା ବେଳେ ନିଶାନ୍ତ କୁ ଦିଶୁଥିଲା ସେଇ ପ୍ରଥମ ନଳକୂଅ ଓ ତା ତଳେ ତା ନିଜ ଦେହ ଧୁଆ କଥା ଠୁ ଆରମ୍ଭ କରି ପ୍ରୀତି ସହିତ ଆଖିରେ ଆଖି ମିଶିବା ଯାଏଁ.ବାପା ନୂଆ ମାଆ ଆଣି ଖୁସିରେ ଥିଲେ କି ନଥିଲେ କିନ୍ତୁ ନିଶାନ୍ତ ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ଯେମିତି ଶପଥ ନେଇସାରିଥିଲା. ନିଜର ଖୁସି ଓ ସ୍ୱପ୍ନକୁ ବଳି ଦେଇ ଅନ୍ୟ ପାଇଁ ବଞ୍ଚିବା ଶିଖି ଯାଇଥିଲା.
    ପ୍ରୀତି ଯେବେ ଏଣିକି ତା ଜୀଵନ ପରିଧିକୁ ଆସି ସାରିଥିଲା ଓ କହୁଥିଲା ଏବେ ଠାରୁ ନିଜ ପାଇଁ ବଞ୍ଚ. ନିଜର ଖୁସିକୁ ପ୍ରାଥମିକତା ଦିଅ.ଯାହା  ତୁମ ହୃଦୟକୁ ଖୁସି କରେ ତାହା କର. ଯାହା ଇଚ୍ଛା ହେଉଛି ପିନ୍ଧ, ଖାଅ, ଇଛା ହେଉଛି ତ ବଡ ପାଟିରେ ଗୀତ ଗାଅ. ଥକିଯିବା ପର୍ଯ୍ୟନ୍ତ ନାଚ, ଯେଉଁ ଆଡେ ଇଚ୍ଛା ହେଉଛି ବୁଲି ଯାଅ.ଏ ଜୀବନକୁ କି ଅବା ଭରସା, ଆଜି ଅଛି କାଲି କୁ ନାହିଁ.ପୁନର୍ଜନ୍ମ ଅଛି କି ନାହିଁ ତାର ପ୍ରମାଣ ନାହିଁ.ଥିଲେ ବି ଏ ଜନ୍ମ ର କଥା ଆର ଜନ୍ମକୁ ମନେ ରହିବ ନାହିଁ. ତେଣୁ ବର୍ତ୍ତମାନ ମୁହୂର୍ତ୍ତ କୁ ହସ, ଖୁସି, ଆନନ୍ଦ ରେ ଵିତାଅ.କାହା ସହ ଥିବା ପୂର୍ବ ବିବାଦ କୁ ତୁରନ୍ତ ସମାଧାନ କର ଓ ନୂତନ ବିବାଦ ଆଉ ସୃଷ୍ଟି କରନାହିଁ.କାରଣ ନୂତନ ବିବାଦ ସୃଷ୍ଟି କରି ତାହାର ସମାଧାନ କରିବାକୁ ହୁଏତ ଆମକୁ ସମୟ ମିଳି ନପାରେ. ନିଜର ଭୁଲ ନ ଥିଲେ ବି ଭୁଲ ସ୍ବୀକାର କରି ବନ୍ଧୁତା ସୃଷ୍ଟି କର.
ନା ମୁଁ କ'ଣ ଭୁଲ କହିଲି କି? ପ୍ରଶ୍ନରେ ନିଶାନ୍ତ ଚାହିଁଥିଲା ପ୍ରୀତିର ଅଳତା ବୋଳା ପାଦ ଦୁଇଟିକୁ. ତା ବୋଉର ଠିକ ଏମିତି ଗୋରା ଗୋରା ଅଳତା ଲଗା ପାଦ ଦୁଇଟି କୋକେଇ ଭିତରୁ ଝୁଲି ରହି ସତେକି କହୁଥିଲା ମୋ ଧନ. ଧର୍ଯ୍ୟ ଧର, ସାହାସୀ ହୋଇ କର୍ତ୍ତବ୍ୟ କର କହୁଥିଲା ପ୍ରୀତି ହେଲେ ନୂଆ ମାଆର ଠିକ ସେଇଭଳି ପାଦ ଦୁଇଟିରେ ପଟେ ଲେଖାଏଁ ଅଳତା ବୋଳା ଥିଲେ ମଧ୍ୟ ତା ମନ ଓ ହୃଦୟ ଏକଦମ ଅଲଗା ଥିଲା ନିଶାନ୍ତ ପାଇଁ.ଆଉ ଏବେ ନିଶାନ୍ତ ସହିତ ପାଦ ମିଳାଇ, ତାକୁ ବଳ ଯୋଗେଇ ଆସୁଥିବା ପ୍ରୀତି ଯେବେ ଅନ୍ୟ କିଛି କହୁଥିଲା, ତା ନିଜ ଭିତରେ ବୋଉର ସ୍ୱର ଶୁଣି ସେ ତଟସ୍ଥ ହେଲା. ପ୍ରୀତି କଥା ମାନିବାକୁ ଯାଇ ପରୋପକାରୀ ହେବାକୁ ଶପଥ ନେଇ ଗାଁର ଉର୍ନ୍ନତରେ ନିଜ ମନ ପ୍ରାଣ ଢାଳି ପୁରୁଣା ନଳ କୂଅ ସଜାଡୁ ସଜାଡୁ, ନୂଆ ରାସ୍ତା, ସ୍କୁଲ ଘର ମରାମତି, ନୂଆ ସଡ଼କ ନିର୍ମାଣ, ଲାଇବ୍ରେରୀ ସ୍ଥାପନ ଇତ୍ୟାଦି ଗାଁରେ କରେଇ ଶେଷକୁ ହସ୍ପିଟାଲଟିଏ ଖୋଲିଥିଲା ଗାଁରେ. ବାପଙ୍କ ସହିତ ସମସ୍ତେ ନିଶାନ୍ତକୁ ଧନ୍ୟ ଧନ୍ୟ କରୁଥିଲେ ମଧ୍ୟ ନୂଆ ମାଆ ପଦଟିଏ ମଧ୍ୟ କହୁନଥିଲା.ଯେଉଁଦିନ ନଳ କୂଅ ମୂଳେ ପଡି ନୂଆ ମାଆ ପାଦ ମକଚି ହୋଇ ପଡିଯାଇ ଡାକ୍ତରଖାନା ଆସିଲା ପ୍ରୀତିର ସେବା ସାଙ୍ଗକୁ ପୁଅର ବ୍ୟସ୍ତତା ଦେଖି ନିଶାନ୍ତର ମୁଣ୍ଡ ଆଉଁସି ନୂଆ ମାଆ କହୁଥିଲା ମୋ ଧନ ତ ନିଶାନ୍ତ ନୂଆ ମାଆର ପାଦ ଦୁଇ ଜାବୁଡି କହୁଥିଲା ଆଉ ଥରେ ମୋ ଧନ ବୋଲି କହ ମାଆ.ସୁଭଦ୍ରା ଉଠି ପଡି ପୁଅ ବୋହୁଙ୍କୁ ଆଜି ପ୍ରଥମ ଥର ଛାତିରେ ଲଗେଇ ସ୍ନେହ ପରଶ ଦେଲାବେଳେ ପୂର୍ବର ସବୁ ରାଗ ରୋଷ ଅଭିମାନ ନା ଥିଲା ନିଶାନ୍ତ ମନରେ ନା ଥିଲା ପ୍ରୀତି ହୃଦୟରେ. ଏସବୁ ଦେଖି ବାପା ସେଦିନ ଏତେ କାନ୍ଦିଥିଲେ ସତେ ଯେମିତି ଆଜି ହିଁ ନିଶାନ୍ତର ନିଜ ମାଆକୁ ଫେରିପାଇଛନ୍ତି.ନିଶାନ୍ତ ଏଥର ପ୍ରୀତି ସହ ମାଆଙ୍କୁ ଘରକୁ ନେଇ ପୁରୁଣା ନଳ କୂପ ମୂଳେ ଯେମିତି ଶିଉଳି ନହୁଏ ସେଥିପ୍ରତି ପଦକ୍ଷେପ କଣ ହୋଇପାରେ ଚିନ୍ତା କରୁଥିଲା ବେଳେ ପ୍ରୀତି ଗାଁର ପୁରୁଣା ନଳକୂଅ ଚାରି ପାଖରେ ବ୍ଲିଚିଙ୍ଗ ପକେଇ ଶିଉଳି ଛଡାଉଥିବାର ଦୃଶ୍ୟ ଥିଲା ଖୁବ ମନମୁଗ୍ଧକର.

   



Rate this content
Log in

Similar oriya poem from Tragedy