STORYMIRROR

Dr.Priyadarshee Praharaj

Tragedy Classics Inspirational

3  

Dr.Priyadarshee Praharaj

Tragedy Classics Inspirational

ନିସ୍ତବ୍ଧ ଚିଲିକା

ନିସ୍ତବ୍ଧ ଚିଲିକା

1 min
153

ବ୍ୟାକୁଳ ମନ, ବିକ୍ଷୁବ୍ଧ ଚେତନା ଧରି

ବସିଲି ଯାଇ ଚିଲିକା କୂଳେ,

ଗହଳି ଭିତରେ ନିଜକୁ ପାଇଲିନି ଖୋଜି

ଅଚିହ୍ନା ହେଲି ବଳେ।

ଥକା ପ୍ରାଣ ଯେ ହାରି ମୋ ଯାଉଛି

ନିଃସହାୟ ଲାଗୁଛି ଭାରି,

ଗୋପନୀୟ ପେଡ଼ି ଓଜନିଆ ହୋଇ, ଅଣନିଃଶ୍ୱାସି

କରୁଛି ଭାରି ।

ଚିଲିକା ଗର୍ଭେ କେତେ ଯେ ବିତ୍ପାତ,

ବିଚଳିତ ଦିଶେନି କାଇଁ ?

ହସର ଲହରି, ଶିହରୀ ଶିହରୀ

ପ୍ରତି ମୁହୁର୍ତ୍ତ କୋଳାହଳରେ ଭରଇ।

ବିଶାଳ ହ୍ରଦ ସେ, ନାଇଁ ଟିକେ ଗର୍ବ

ଶାନ୍ତ ସ୍ଵଭାବ, ସୁନ୍ଦର୍ ବିସ୍ତାର,

ନ୍ୟୁନ ମଣିଷ ହୋଇ କେତେଯେ

ଅହଙ୍କାର,

କ୍ରୋଧ, ଈର୍ଷା, ଦୁଃଖ ଅମାପକର ।

ବସିଛି କୂଳେ

ଶିଖିବି କାଳେ,

ବଦଳିବ ମଣିଷ ସ୍ଵଭାବ,

ଚିଲିକା ପରି,

ସ୍ଥିର ଆଚାର

ସତେ ଆପଣାଇବା କି ସମ୍ଭବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy