Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Tragedy Others

1.0  

Manoj kumar Maharana

Tragedy Others

ନିଷ୍ଠୁର ପ୍ରେମିକ

ନିଷ୍ଠୁର ପ୍ରେମିକ

1 min
295


ତୁମେ ଆସିଲ ମୋ ଜୀବନ ଧରାକୁ

ପବିତ୍ର ସତ୍ୟଯୁଗ ସାଜି

ସତ୍ୟ, ପ୍ରୀତି, ସୁଖ, ଶାନ୍ତି ଏ ସଭିଁଙ୍କୁ

ଆଣିଲ କରିଦେଇ ରାଜି ।

ତୁମ ଶରୀର ମୋତେ କଲା ପାଗଳ

ବୈଦେହୀଙ୍କୁ ସୁନା ହରିଣୀ ପରି

ତୁମ ସୌନ୍ଦର୍ଯ୍ୟରେ ହେଲି ମୁଁ ଆବଦ୍ଧ

ଚକ୍ରବ୍ୟୁହରେ ଅଭିମନ୍ୟୁ ପରି ।

ତୁମ କଥାରେ ତୁମକୁ ନିଜର କଲି

ଶକଟାରଙ୍କୁ ଚାଣକ୍ୟଙ୍କ କଥା ପରି

ତୁମ ପ୍ରେମେ ତୁମକୁ ଦେଲି ହୃଦ

ଦ୍ରୋଣଙ୍କୁ ଏକଲବ୍ୟଙ୍କ ଆଙ୍ଗୁଳି ପରି ।

ତା ପରେ ତୁମେ ମୋ ଠାରୁ ଗଲ ଦୂରେଇ

ଯୋଶଦାଙ୍କ କୋଳୁ କହ୍ନେଇଙ୍କ ପରି

ମୁଁ ତୁମକୁ ଦିନରାତି ଝୁରୁଥିଲି

ଶ୍ରୀରାମଙ୍କୁ ଅଯୋଧ୍ୟା ନଗରୀ ପରି ।

ବହୁତ ଦିନ ପରେ ତୁମେ ଆସିଲ

ଭୀମସେନଙ୍କ ମିଥ୍ୟା ମୃତ୍ୟୁ ପରି

ଆସି କି ମୋତେ ପରୀକ୍ଷା କଲ

ବୈଦେହୀଙ୍କୁ ଅଗ୍ନି ପରୀକ୍ଷା ପରି ।

ବିନା ଦୋଷେ ମୋତେ ଅପମାନିତ କଲ

କୁରୁସଭାରେ ଦ୍ରୌପଦୀଙ୍କ ପରି

ତୁମେ ମୋ ଠାରୁ ସବୁକିଛି ନେଇଗଲ

ଶ୍ରୀକ୍ଷେତ୍ରୁ ଅଷ୍ଟବେତାଳଙ୍କ ପରି ।

ଶେଷେ ମୋତେ ବହୁ ଦୁଃଖ କଷ୍ଟ ଦେଲ

ସୀତାମାତାଙ୍କୁ ଦଶାନନ ପରି

ଅନ୍ତିମେ ମୋ ପ୍ରାଣକୁ ବିନାଶ କଲ

ନିର୍ମମ ଭାବରେ ଭିଷ୍ମଙ୍କ ପରି

ଚକ୍ରାନ୍ତେ ବେଲାଳସେନଙ୍କ ପରି ।

ଛି! ବନରେ ମୁଁ ଏକାଥିଲି

ହସ, ଖୁସି, ଆନନ୍ଦେ ମଜି

ରାଜ ନଅରେ ଫୁଟିବି ବୋଲି

ତୁମ କଥାରେ ହେଲି ମୁଁ ରାଜି ।

ତୁମେ ମୋତେ ରାଜ ନଅରେ ଫୁଟାଇବ କ'ଣ

ତୁମେ ମୋ ଠାରୁ ନେଲ ମୋ ରଙ୍ଗ, ବାସ

ଚଇତାଳି ସାଜି ମୋତେ କଲ ନାଶ

ହେ ନିଷ୍ଠୁର ମଣିଷ

ହେ ନିଷ୍ଠୁର ପ୍ରେମିକ ।


Rate this content
Log in

Similar oriya poem from Tragedy