STORYMIRROR

Amita Dash

Tragedy Inspirational Children

3  

Amita Dash

Tragedy Inspirational Children

ନିଶା

ନିଶା

1 min
222

ପାନ ,ବିଡ଼ି ନୁହେଁ ଛୋଟିଆ ନିଶା।

ଟାଣେ ପଇସା,ଘର ଜଳାଏ

ବଉଁଶ ନିପାତ କରେ।

ତା ଧୂଆଁରେ କଲିଜା ପୋଡେ।

ପଇସା ଦେଲେ ମଲ,ନ ଦେଲେ ବି ଚାରି ପାଞ୍ଜିରୁ ଗଲ।

ଦେଲେ ପଇସା ନିଜେ ପୁଅକୁ ବାଳୁଙ୍ଗା କଲ।

ନ ଦେଲେ ପୁଅ ୟାଡେ ସାଡେ ବୁଲି ବାଳୁଙ୍ଗା ହେଲା।

କେତେ ମାଁ ର ପୁଅ ବାଟରେ ପଡ଼ି ମରେ।

କୋଉ ସ୍ତ୍ରୀ ଶଙ୍ଖା ସିନ୍ଦୂର ପୋଛେ।

ଘର ଅଗଣାରେ ବାପା ଶବ ପହଞ୍ଚେ।

କୋଉ ଝିଅ ର ବର ବାହା ବେଦୀରୁ ଉଠେ।

ପାନ ,ବିଡ଼ି , ସିଗାରେଟ୍ କ'ଣ କମ ଥିଲା

ଗଞ୍ଜେଇ,ଅଫିମ ଚୋରା ଚାଲାଣ ହେଲା।

ଗଞ୍ଜେଇ ତ ଘରେ ଘରେ‌ ଚାଷ ହେଲା।

ଘର ମରଦ ପାଗଳ ହୋଇ ଦାଣ୍ଡେ ଗଡିଲା।

ବୁଝୁଛି କିଏ?

ଯାହା ଉପରେ ପଡ଼ୁଚି,ଯାହା ଘର ଉଜୁଡୁଚି ତାକୁ ଲାଗୁଚି।

ପଡୋଶୀ ତାଚ୍ଛଲ୍ୟ 'ଅଭଦ୍ର ପରିବାରଟା' ଶୁଣିବା ଅସହ୍ୟ ହେଉଛି।

ବନ୍ଧୁ ବାନ୍ଧବରେ, ଦାଣ୍ଡରେ ଘାଟରେ

ଲୋକ ହସା ହେବାକୁ ପଡୁଛି।

ଯେତେ ବୁଝାଇଲେ କ'ଣ ହେବ।

ମନ ଯେ ପର୍ଯ୍ୟନ୍ତ ନ ବୁଝିବ।

ଏମିତି କେତେ ଘର ପୋଡିବ।

କେତେ ମାଁ, ସ୍ତ୍ରୀ, ଛୁଆ ଙ୍କ ଭାଗ୍ୟ

ନିଶା ତଳେ ଅଣନିଃଶ୍ବାସୀ ହେଉଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy