STORYMIRROR

Sunita Barik

Thriller

3  

Sunita Barik

Thriller

ନିରୁଦ୍ଧିଷ୍ଟ ସ୍ବପ୍ନ

ନିରୁଦ୍ଧିଷ୍ଟ ସ୍ବପ୍ନ

1 min
259

କିଛି ସାଇତା ସ୍ବପ୍ନକୁ

ସାଉଁଟିବା ଆଶାରେ

ଘୂରିବୁଲିଲି ଚାରିଆଡ଼େ

ହେଲେ ଏ କ'ଣ!

ସ୍ବପ୍ନମାନେ ସବୁ ନିଖୋଜ

ଖୋଜୁଖୋଜୁ ଝୁଣ୍ଟିପଡିଲି

ଯାହା ଉପରେ

ସେ ଥିଲା ମୋ ଆଖିରେ

ସାଇତା ଅନେକ ଦିନର ସ୍ଵପ୍ନ

ମୁଁ ବ୍ୟସ୍ତ ହୋଇ

ତାକୁ ଆଉଁସି ପକେଇଲି

ସତେ ଯେମିତି ମୋ ହାତର

ଶେଷ ସ୍ପର୍ଶ ପାଇଁ ସେ ବ୍ୟଥିତ ଥିଲା

ହାତର ସ୍ପର୍ଶରେ 

ସେ ମିଳେଇଗଲା ପଵନରେ

ପୁଣି ଖୋଜିବା ଆରମ୍ଭ କଲି

ମୋ ହୃଦୟ ରେ ସାଇତା ସ୍ବପ୍ନ ସବୁକୁ

ହେଲେ ସେମାନେ ବି ନୀରଵ ନିଶ୍ଚଳ

କିଛି ସାଇତା ସ୍ବପ୍ନକୂ

ହାତ ପାପୁଲିରେ ବନ୍ଦ ମୁଠିରେ

ରଖିଥିଲି କାହିଁ କେଉଁ କାଳରୁ

ଭାଵିଲି ଯାଏ ସେମାନଙ୍କୁ ଟିକେ

ଦେଖି ନିଏ ମନ ଭରି

ଅଥଚ ମୁଁ ନିର୍ବାକ

ମୋ ବନ୍ଦ ମୁଠି କେବେଠୁ ଶୂନ୍ୟ

ସେମାନେ ବି କେତେବେଳେ ନିରବରେ

ଚାଲି ଯାଇଛନ୍ତି ମୋଠୁ ଦୂର ଵହୂ ଦୂରକୁ

ପଛରେ କେବଳ ଛାଡ଼ି ଯାଇଛନ୍ତି 

ପ୍ରଶ୍ନ କେବଳ ପ୍ରଶ୍ନ

ଉତ୍ତର ଖୋଜିବାର କଳା କୌଶଳ ବି

ଏବେ ଅପହଞ୍ଚ ମୋ ନିବୃତ୍ତ ଇଲାକାରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller