ବନକଲାଗି ବେଶ
ବନକଲାଗି ବେଶ
ବନକଲାଗି ବେଶ ତୁମର
ଦେଖିବାକୁ ମନ ଅସ୍ଥିର
ଯାଇ ପାରୁନାହିଁ ଭକତ ଛାର
ଶେଷ ଇଛା ପ୍ରଭୁ ପୁରଣ କର
ବିନ୍ଦୁଏ ଚନ୍ଦନ ତୁଳସୀ ବେଶ
ସିନ୍ଧୁରେ ତୁମ ବେଶ ପ୍ରକାଶ
ବନକଲାଗି ବେଶ ହେବ ଠାକୁର
ପଡୁଛି ବାର ସେ ବୁଧବାର
ଚକାନୟନ ସମ୍ମୋହନର
ଠାଣିରେ ଜିଣି ମନ ମୁନ ବେଭାର
ତୁମ ରଙ୍ଗ ଛଡ଼େଇବ କିଏ କବୀର
ତୁମ ରଙ୍ଗ ତୁମ ଠାରେ ଶୋଭା ପାଉ ଠାକୁର
ତୁମ ଆଖିର କଳା ହଳଦୀମୁଖି ଛଇଳା
ବଡଭାଇ ଧବଳେ ବେଶ ଧୋବଳା
କିଏ କହିବ ମାପିବ ଚଉଷଠି କଳା ନନ୍ଦବଳା
ରଙ୍ଗର ପିଆଲା ରଙ୍ଗ ମଉଛବ ବନକଲାଗି ବେଭାର
କରନା ଉଛୁର ଛଳିଆ ଠାକୁର
ଦେଖି ନେତ୍ର ପବିତ୍ର ଆମର
ବଡଦେଉଲର ବଡଠାକୁର
ବଢ଼ାଇ ନିଅ ତୁମ ବେଶ ସତ୍ୱର
ତୁମେ ହିଁ ତୁମର ଆଉ ସବୁ ପର
ଭାବକୁ ନିକଟ ଅଭାବକୁ ଦୂର ଛୁ ମନ୍ତର।
