ଆଖି ବୁଝିଗଲେ ମନ ବୁଝେନା
ଭିତରେ ଥାଏ ଦରଜ
ଭାରି ଅବୁଝା ଏ ମନ ବୁଝିବାକୁ
ହୁଏନା ଜମା ସହଜ
ମନ ଦରପଣ କହେନା ମିଛ
ସତ ବି ଭାରି ଅସହଜ
ବେଳେ ବେଳେ ମନେ ବାଜୁଥାଏ
ବାଜା ପରି ପଖଉଜ
ଡାକୁଥାଏ ଗଜ ଉଡ଼ୁଥାଏ ବାଜ
ମନ ଧନ ଓ ଜୀବନେ ରଜ
ଏମିତି କେମିତି ମନ ଦରଜକୁ ନାହିଁ
ଔଷଧର ବୀଜ
ମନ ସାଧା ସିଧା କେବେ ଅଙ୍କା ବଙ୍କା
ଯିଏ ଯେତେ ନିଅ କରଜ
ମନ ଦରପଣେ ଲେଖା ଇତିହାସ
କେତେ ଯେ ରହି ଅଗ୍ରଜ
ମନ ମୁନ ଚୈତନ୍ୟ ପୁରି ଭୂଗୋଳ
ଆମ ଦେଶ ସଜ ସାଜ
ମନରେ ବି ଅଛି ଦେଶ ମାତୃଭାଷା ଟେକ
ପଢି ଶିଖି ଲେଖି କର ମଉଜ
ଦେଶ ଓ ଜାତିର ଗୌରବ ମନରେ
ଶିଖି ସମସ୍ତ କନିଷ୍ଠ କନୌଜ
ଦେଶର ଗୌରବ ଗାରିମା ବଢ଼ାଇବା ପାଇଁ
ମନରେ ରଖିବା ହେଜ
ମନ ହେଜ ଅତୀତ ବିଭାଜ୍ୟ ଆଜିର ଖୋଜ
ମନତଳେ ଯେତେ ଭାଜକ ଓ ଭାଜ୍ୟ