STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ମୃତ୍ୟୁ 

ମୃତ୍ୟୁ 

1 min
1


ଜନ୍ମ ଜମା ଚିରନ୍ତନ ସତ୍ୟ ନୁହେଁ 
ଯେଣୁ ଥାଏ କିଛି ଗୁପ୍ତ 
ପଢ଼େଇ ବଢ଼େଇ କୁଢେଇ ଅପର୍ଯ୍ୟାପ୍ତ 
ତଥାପି ରୁହ କାର୍ଯ୍ୟବ୍ୟସ୍ତ ପୁଣି ନ୍ୟସ୍ତ 
କିନ୍ତୁ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ 
ମୃତ୍ୟୁ ପରେ ଜନ୍ମ ଅଛିକି ନା କୁହତ 
କର୍ମ କର୍ମାଣୀ ସବୁ ମନୁଷ୍ୟ ଆଗତ 
ଯେମିତି ନିଶାସକ୍ତ 
ଜନ୍ମ ପରେ ଅଛି କିଛି ପ୍ରସ୍ତାବିତ ସତ 
ହେଲେ ମୃତ୍ୟୁ ପରେ ଆତ୍ମା ଅଛି କି ନା କୁହତ 
ଭୂତ ଭବିତ୍ୟ ଭବିଷ୍ୟତ ହୁଏକି ଆଗତ 
କିଛି ନୁହେଁ ସତ ଖାଲି ଧୂଆଁ ଧୂଆଁ ଭୂତ 
ମିଛ ଅନେଶତ 
ନୁହେଁ ସତ କେବେ ଶତ ପ୍ରତିଶତ 
ତେଣୁ ବିଚାରେ ମୃତ୍ୟୁ ହିଁ ଏକମାତ୍ର 
ଚିରନ୍ତନ ସତ୍ୟ 
ଯେମିତି ସୂର୍ଯ୍ୟ ରାତିରେ କୋଉଠି ଥାଆନ୍ତି ଗୁପତ 
ଚାନ୍ଦ ଅମାବାସ୍ୟାରେ କୁଆଡେ ଯାଆନ୍ତି କୁହତ 
ବିଜ୍ଞାନ କହୁଛି ବହୁତ 
ଜନ୍ମ ମରଣ କହିବାରେ ଅସମର୍ଥ 
ମଣିଷର ବିଶେଷ ଜ୍ଞାନ ହିଁ ବିଜ୍ଞାନ ବିଦିତ 
ମୃତ୍ୟୁ କେବେ ଆସିବ କହିବା ନୁଁହଁଇ ନିଶ୍ଚିନ୍ତ 
କହିଲେ କହିବ କହିଛି ରାମାୟଣ ଭାଗବତ 
ତାହା ସବୁ ନୁହେଁକି ନିସୃତ କଥାଚରିତ 
ଯଦି ହୁଏତ କିନ୍ତୁ ତଥାପି ସତ 
ତେବେ ଦୁର୍ଯ୍ୟୋଧନ କେମିତି ହେବ ହତ 
ରାବଣ ମରିବ ନା ମାରିବ କିଏ ଜାଣିଥିଲା କୁହତ 
ମୃତ୍ୟୁ କିନ୍ତୁ ଆସିବ ଏହା ନିଶ୍ଚିନ୍ତ ତଥ୍ୟ
ଇଶ୍ୱର ଅଛନ୍ତି ଏକମାତ୍ର ପଥ 
ତେଣୁ ଭକ୍ତ ଓ ଭଗବାନ ଉଭୟ ସମର୍ପିତ 
ଯେମିତି ଆସୁଛି ବର୍ଷକୁ ଥରେ ରଥଯାତ.


Rate this content
Log in

Similar oriya poem from Tragedy