STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

କରି କରାଉଥାଏ ସେହି 

କରି କରାଉଥାଏ ସେହି 

1 min
10


ମରିବାକୁ ଇଛା ଜମା ନାହିଁ 
ଥରକୁ ଥର ଜନ୍ମନେଇ ଯିବାକୁ ଜୁଇ 
ଜନ୍ମ ବେଳର ଆଦର ଅଭ୍ୟର୍ଥନା 
ମରଣ କାଳେ ନାହିଁ 
ଅବେଳରେ ମଲେ କହିବେ ଝୁରିବେ 
ଥିଲା କରୁଥିଲା ଆମ ପାଇଁ 
ଆଉ ବୟସ ହୋଇ ମୃତ୍ୟୁ ହେଲେ 
କେବେଠୁ ଯିବାକଥା ପଡିଥିଲା କନ୍ଥା ଘୋଡେଇ 
କେତେ କରିବୁ କରି କରି ହାଲିଆ ଗଲୁଣି ହୋଇ 
ପୁଣି କ୍ରିୟା କର୍ମ ଶ୍ରାଦ୍ଧ ପିଣ୍ଡ ଏତେକଥା କରିବଇଁ 
ଚଢ଼େଇ ମରିଗଲେ ପଶୁକୁ କିଏ ଖାଇଗଲେ 
ତା ପାଇଁ କାନ୍ଦିବାକୁ ଝୁରିବାକୁ କେହି ନାହିଁ 
ତଥାପି ଲାଗୁଛି ଥିବ ନିଶ୍ଚେ କେହି 
କଥା କହିପାରେ ନାହିଁ ବୋଲି ଜଣାପଡୁନାହିଁ 
ମଣିଷ ଜନମ ମରଣ ମେଳିରେ ଗୋଳି ହୋଇ 
ହୋଲି ଦିବାଲି ପାଳଇ 
ସଞ୍ଜବତୀ ଦେଇ 
ଯାହା ପାଇଁ କେହି ନାହିଁ 
ଜଗନ୍ନାଥ, ଚକାନୟନ ନାମେ ଅଛି କେହି


Rate this content
Log in

Similar oriya poem from Classics