ମରିବାକୁ ଇଛା ଜମା ନାହିଁ
ଥରକୁ ଥର ଜନ୍ମନେଇ ଯିବାକୁ ଜୁଇ
ଜନ୍ମ ବେଳର ଆଦର ଅଭ୍ୟର୍ଥନା
ମରଣ କାଳେ ନାହିଁ
ଅବେଳରେ ମଲେ କହିବେ ଝୁରିବେ
ଥିଲା କରୁଥିଲା ଆମ ପାଇଁ
ଆଉ ବୟସ ହୋଇ ମୃତ୍ୟୁ ହେଲେ
କେବେଠୁ ଯିବାକଥା ପଡିଥିଲା କନ୍ଥା ଘୋଡେଇ
କେତେ କରିବୁ କରି କରି ହାଲିଆ ଗଲୁଣି ହୋଇ
ପୁଣି କ୍ରିୟା କର୍ମ ଶ୍ରାଦ୍ଧ ପିଣ୍ଡ ଏତେକଥା କରିବଇଁ
ଚଢ଼େଇ ମରିଗଲେ ପଶୁକୁ କିଏ ଖାଇଗଲେ
ତା ପାଇଁ କାନ୍ଦିବାକୁ ଝୁରିବାକୁ କେହି ନାହିଁ
ତଥାପି ଲାଗୁଛି ଥିବ ନିଶ୍ଚେ କେହି
କଥା କହିପାରେ ନାହିଁ ବୋଲି ଜଣାପଡୁନାହିଁ
ମଣିଷ ଜନମ ମରଣ ମେଳିରେ ଗୋଳି ହୋଇ
ହୋଲି ଦିବାଲି ପାଳଇ
ସଞ୍ଜବତୀ ଦେଇ
ଯାହା ପାଇଁ କେହି ନାହିଁ
ଜଗନ୍ନାଥ, ଚକାନୟନ ନାମେ ଅଛି କେହି