ଲୁହ
ଲୁହ
ଅଶ୍ରୁ ଅଛି ବୋଲି ଅଂଶୁଘାତ ନାହିଁ
ଦୁଃଖ ଅଛି ବୋଲି ଦୁଃଖୀ ଡାକେ ରହି
ସୁଖ ସମୁଦ୍ରରେ ଦୁଃଖଲହଡି ଦେଖିବା ପାଇଁ
ଜହ୍ନରେ କଳଙ୍କ ନଥିଲେ କି ତାକୁ
ଦେଖନ୍ତା କେହି କି ଲେଖନ୍ତା କେହି
ପାପ ନଥିଲେ ପୁଣ୍ୟ ମହତ୍ତ୍ୱ ବୁଝନ୍ତା କାହିଁ
ବରଷା ନଥିଲେ ଚକୋର ପକ୍ଷୀଟି
ଆକାଶକୁ ଚାହିଁ ରହନ୍ତା ନାହିଁ
ରୋଗ ଅଛି ବୋଲି ଡାକୁ ପ୍ରଭୁ ଦିଅ ଭଲ କରି
ମନ୍ଦିରକୁ କିଏ ଯାଆନ୍ତା କାହିଁ ?
ମୁକ୍ତି ଲଭିବାକୁ ରକ୍ଷାପାଇବାକୁ ଭକ୍ତ ବୋଲଇ
ମିଛ ଅଛି ବୋଲି ସତକୁ ନିତି ଝୁରଇ
କଷ୍ଟ ଋଣ ଯନ୍ତ୍ରଣା ଅଛି ଦୁଃଖ ସାଥେ
ଲୁହ ହୋଇ ନଦୀ ବହିବା ପାଇଁ
ମୌସୁମୀର ଏ ଲୁଚକାଳି ଖେଳ
କିଏ କେମିତି ସହନ୍ତା ପାରିବାର କେ କହି
ଦୁଃଖ ଦରିଆରୁ ମୁକୁଳିବା ପାଇଁ ଅଶ୍ରୁ ଟୋପାକ
ଆହୁଲା ପାଲଟି ଜୀବନ ଯାକ ଡ଼ଙ୍ଗା ଯାଉଛି ବାହି
ଯମ ଦଣ୍ଡ ବୋଲି କଥା ଅଛି ଯେଣୁ
ଦୁଃଖ ସାଥେ ଯନ୍ତ୍ରଣା ସବୁ ରହି କି ଥାଇ ?
ଅଶ୍ରୁ ଓ ଲୁହ ଗଙ୍ଗା ଯମୁନା ହୋଇ
ଦିଏ ନାହିଁକି ସୁଖ ଠିକଣା ବତାଇ?
ଅଶ୍ରୁ ଟୋପା ଟୋପା ମିଶୁ ନଥିଲେ
ସମୁଦ୍ର ପାଣି ଲୁଣି ଲାଗନ୍ତାକି କହିବ କେହି??
ଲୁହର ବରଷା ଅଛି ବୋଲି ମେଘକୁ ଖାତିର ନାହିଁ
ଶ୍ରାବଣେ ଶ୍ରାବଣ ହୋଇ ଅବିଗୁଣ ରହୁ ଫଗୁଣେ ଅନେଇ
ଲୁହଧାର ମିଶି ମଣିଷର ଯେଉଁ ସାଗର
ଚାହେଁ ମେଘ କନ୍ୟା ଲୁଚିଛି କାହିଁ ?
