STORYMIRROR

Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

ଲୁହ

ଲୁହ

1 min
236


ଅଶ୍ରୁ ଅଛି ବୋଲି ଅଂଶୁଘାତ ନାହିଁ

ଦୁଃଖ ଅଛି ବୋଲି ଦୁଃଖୀ ଡାକେ ରହି

ସୁଖ ସମୁଦ୍ରରେ ଦୁଃଖଲହଡି ଦେଖିବା ପାଇଁ

 ଜହ୍ନରେ କଳଙ୍କ ନଥିଲେ କି ତାକୁ

ଦେଖନ୍ତା କେହି କି ଲେଖନ୍ତା କେହି 

ପାପ ନଥିଲେ ପୁଣ୍ୟ ମହତ୍ତ୍ୱ ବୁଝନ୍ତା କାହିଁ 

ବରଷା ନଥିଲେ ଚକୋର ପକ୍ଷୀଟି

ଆକାଶକୁ ଚାହିଁ ରହନ୍ତା ନାହିଁ

ରୋଗ ଅଛି ବୋଲି ଡାକୁ ପ୍ରଭୁ ଦିଅ ଭଲ କରି

ମନ୍ଦିରକୁ କିଏ ଯାଆନ୍ତା କାହିଁ ?


ମୁକ୍ତି ଲଭିବାକୁ ରକ୍ଷାପାଇବାକୁ ଭକ୍ତ ବୋଲଇ 

ମିଛ ଅଛି ବୋଲି ସତକୁ ନିତି ଝୁରଇ

କଷ୍ଟ ଋଣ ଯନ୍ତ୍ରଣା ଅଛି ଦୁଃଖ ସାଥେ

ଲୁହ ହୋଇ ନଦୀ ବହିବା ପାଇଁ

ମୌସୁମୀର ଏ ଲୁଚକାଳି ଖେଳ

କିଏ କେମିତି ସହନ୍ତା ପାରିବାର କେ କହି

ଦୁଃଖ ଦରିଆରୁ ମୁକୁଳିବା ପାଇଁ ଅଶ୍ରୁ ଟୋପାକ

ଆହୁଲା ପାଲଟି ଜୀବନ ଯାକ ଡ଼ଙ୍ଗା ଯାଉଛି ବାହି

ଯମ ଦଣ୍ଡ ବୋଲି କଥା ଅଛି ଯେଣୁ

ଦୁଃଖ ସାଥେ ଯନ୍ତ୍ରଣା ସବୁ ରହି କି ଥାଇ ?


ଅଶ୍ରୁ ଓ ଲୁହ ଗଙ୍ଗା ଯମୁନା ହୋଇ

ଦିଏ ନାହିଁକି ସୁଖ ଠିକଣା ବତାଇ?

ଅଶ୍ରୁ ଟୋପା ଟୋପା ମିଶୁ ନଥିଲେ

ସମୁଦ୍ର ପାଣି ଲୁଣି ଲାଗନ୍ତାକି କହିବ କେହି??

ଲୁହର ବରଷା ଅଛି ବୋଲି ମେଘକୁ ଖାତିର ନାହିଁ

ଶ୍ରାବଣେ ଶ୍ରାବଣ ହୋଇ ଅବିଗୁଣ ରହୁ ଫଗୁଣେ ଅନେଇ

ଲୁହଧାର ମିଶି ମଣିଷର ଯେଉଁ ସାଗର

ଚାହେଁ ମେଘ କନ୍ୟା ଲୁଚିଛି କାହିଁ ?


Rate this content
Log in

Similar oriya poem from Abstract