ଧାରେ ହସ
ଧାରେ ହସ
ତୁମ ହସ ମତେ କରେ ବିବଶ
ମୋ ଲୁହ କେମିତି ହସୁଛି ହସ
ଦେଖି ଚକାନୟନର ହସ ଓ ବେଶ
ଦେଖିତୁମ ହସ ଲୁହର ପରସ
ଦିଏ ମତେ ଯେଉଁ ଭାବ ପରସ
ଲାଗେ ସବୁ ଫୁଲ ରେଣୁର ସ୍ପର୍ଶ
ତୁଳସୀ ଦୟଣା ହସୁଛି ହସ
ଟୋପି ଟୋପି ଲୁହ ବର୍ଷା ସ୍ପର୍ଶ
କାଳିଆ ଠାକୁର ଇଏ କି ବେଭାର
କାହିଁକି ହୁଏ ଅବଶ ଦେଖି ଆଖିରେ ହସ
କେତେ ଦୁଃଖ ନେଇ ଆସିଥିଲି କହି ରୋଷ
ଚକାନୟନରେ ହସ ଦେଖି ଥରେ ଉଡେ ହୋସ
ବାହାରେ ବର୍ଷା ଭିତରେ ବର୍ଷା ଇଏ କି ସ୍ପର୍ଶ
ଚକା ଚାହାଣୀରେ ମଧୁର ହର୍ଷର ସ୍ପର୍ଶ
ମନେପଡେ ତୁମ କହ୍ନେଇ ବେଶ
ହସରେ ତୁମରି ମାଆ ଯଶୋଦା ଅବଶ
ବିଶ୍ଵରୂପ ଦେଖି ବିବଶ ଅବଶ୍ୟ
ମା ଦେବକୀଙ୍କ କୋଳ ଖାଲି କରି
ଆଖିରେ ଆଖିଏ ଲୋତକ ଭାରେ ଭରି
କି ପାଇଲ ପିୟୁଷ ଅବା ଯଶ ??
ସେଇ ଭାବ ମୋରି ପଡୁଛି ଉତୁରି
ତୁମେ ଜଗନ୍ନାଥ ହରି ଦର୍ଶନ ଦେଇକରି
ଭକ୍ତ ଜନମନ ତୋଷ କୈବଲ୍ୟ ପରସ
ଅବଢ଼ା ମୁଠିଏ ମତେ ମିଳୁ ବୋଲି
ଡାକ ପଡୁଅଛି ସିଂହଦ୍ୱାରେ ଠାକୁର ଦେଖିବ ଆସ
କେତେ ଅଭିଯୋଗ ଅଭିମାନ ନେଇ ଆସିଥିଲି ଧାଇଁ
ହସି ଦେଇ ମାତା ପୁତ୍ର ସ୍ନେହ କଲ ପ୍ରକାଶ
ଯଶୋଦା ଦେବକୀ ଦୁଇ ଦେବୀ ପରେ
ଭକ୍ତ ମୁଁ ଛାର ହେଲି ବିବଶ ଦେଖି ଧାରେ ହସ ।।
