ପ୍ରାଣ ପକ୍ଷୀ
ପ୍ରାଣ ପକ୍ଷୀ
ପ୍ରାଣ ପକ୍ଷୀ ଗୋଟେ ସୁନା ଚଢେଇ
ଫୁରୁ୍ କିନିସେ ଉଡିଯିବ କ୍ଷଣେ
ତୋର ମାଟି ଘଟ ଛାଡି ଦେଇ,
ପ୍ରାଣ ପକ୍ଷୀ ଗୋଟେ ସୁନା ଚଢେଇ;
ହୃଦୟ ସୁବର୍ଣ୍ଣ ସିଂହାସନରେ
ଅଭିଷିକ୍ତ ତୋର ଜନମ କାଳେ
ଚର୍ମ ଆବରଣ ଘୋଡଣି ଦେଇ
ହାଡ,ମାଂସ,ମେଦ ରକତ ଝରଇ
ପବନ ସ୍ପନ୍ଦନେ ସେ ଦୋଳି ଖେଳଇ
ପ୍ରାଣ ପକ୍ଷୀ ଗୋଟେ ସୁନା ଚଢେଇ ।।
ମିଛ ଦୁନିଆଁ ସତ୍ୟ ପକ୍ଷୀ ସିଏ
କିନ୍ତୁ ବାଇମନ ଅବାଟେ ନିଏ
ବାଟ ଘାଟ ତାହାକୁ ନଦିଶଇ
ସଂସାର ବନ୍ଧନେ ଅକାଳେ ମରଇ
ମାୟା ଜାଲେ ପଡି ଛଟପଟ ହୋଇ
ପ୍ରାଣ ପକ୍ଷୀ ଗୋଟେ ସୁନା ଚଢେଇ ।।
ମିଛ ମାୟା ଏ ଅଳିକ ଜୀବନ
ପଦ୍ମ ଦଳେ ଯଥା ପାଣି ସମାନ
ଖେଳେ ଢଳ ଢଳ ଅସ୍ଥିର ହୋଇ
ଚକ୍ଷୁର ପଲକେ ଯିବରେ ମିଳାଇ
ମାଟିଘଟ ଯିବରେ ନିର୍ଜୀବ ହୋଇ
ପ୍ରାଣ ପକ୍ଷୀ ଗୋଟେ ସୁନା ଚଢେଇ ।।
