STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ପ୍ରଶ୍ନ ଓ ପ୍ରେମ

ପ୍ରଶ୍ନ ଓ ପ୍ରେମ

1 min
326


ପ୍ରଶ୍ନ ଥିଲା ପ୍ରେମ ଅର୍ଥ କହିପାରିବ କିଏ

ପ୍ରେମ ଅଢେଇ ଅକ୍ଷର ଉତ୍ତର କେ ଦିଏ

ପ୍ରେମ ଏକ ଏମିତି ସମ୍ବେଦନ ଆବେଦନ

ହୃଦୟରେ କି ହୁଏ ?

ହାର ଜିତ ଭୁଲି ମନ ବନ୍ଧା ପଡିକି ଥାଏ

ପ୍ରଶ୍ନ ଯିଏ କରୁଛି ସେ କି ପ୍ରେମ କରିନଥାଏ

ପ୍ରେମ ବିନା ପୃଥିବୀରେ ବଞ୍ଚିକି ହୁଏ

ପ୍ରେମରେ ମାଆ କୋଳ ଭାଗ୍ୟବାନକୁ

 ମିଳି କି ନଥାଏ ?

ବାପା ଭାଇ ଭଉଣୀ ଆଉ ଆଉ ଯେତେ

ପରିବାରରେ ଆଉ କଣ ଥାଏ କି ସତେ ?

ପ୍ରେମ କି ଏକ ଋତୁ? ମନ ନାହିଁ କୁହେ

ପ୍ରେମ ଏକ ଅନୁଭବ ବାନ୍ଧି ହେଇଯାଏ

ପ୍ରେମ କି ଏକ ଖିଆଲି ମନର ଜଳ ଧାର ଟିଏ

ପ୍ରେମ ଶାଶ୍ୱତ ଚିରନ୍ତନ ସତ୍ୟ ଶିବ ସୁନ୍ଦର

ବୋଧହୁଏ!

ପ୍ରେମ ନିଶ୍ଚେ କୃଷ୍ଣ ଆଉ ରାଧାଙ୍କ ସମ୍ପର୍କ

ପ୍ରେମ ଏକ ଆନମନା ଖରସ୍ରୋତା ନଈଟିଏ

ପ୍ରେମ ମାନେ ଅଭିଧାନ ବୃନ୍ଦାବନ ଗୋପ

ପ୍ରେମ ମାନେ ନିଶ୍ୱାର୍ଥପରତା ସାରସ୍ୱତ ଚିନ୍ତାଧାରା ଟିଏ

ପ୍ରେମ ନିଜେ ଏକ ପ୍ରଶ୍ନ ଓ ପ୍ରଶ୍ନବାଚୀ

ନଜାଣିଛି କିଏ

ପ୍ରେମ କଣ କେମିତି କାହିଁକି କୋଉଠିର ଉତ୍ତର

ଏଯାଏଁ ଦେଇଛି କି ନଦେଇଛି କହିବାକୁ ମୁଁ କିଏ!


Rate this content
Log in

Similar oriya poem from Abstract