ମୋ ଜୀବନ
ମୋ ଜୀବନ
ମୋ ଜୀବନ ଏକ କବିତା
ଫାଳେ ବୁଝା ଫାଳେ ଅବୁଝା
ମୋ ଜୀବନ ଏକ ନାଟକ
ଅଧା ପଢା ଅଧା ଗଢ଼ା
ମୋ ଜୀବନ ଏକ ଛାଇ
ସ୍ନେହ ଅଛି ପ୍ରେମ ମୋଟେ ନାହିଁ
ମୋ ଜୀବନ ଏକ ବହି
ଅଧା ଛପା ଅଧା ଯାଇଛି ଚିରି ହୋଇ
ମୋ ଜୀବନ ଏକ ନଦୀ
କେବେ ଆମ ଗାଁ ଗୋବର ଗାଡିଆ
କେବେ ସମୁଦ୍ରେ ମିଶେ ଯାଇ
ମୋ ଜୀବନ ଏକ ଶାମୁକା
ମୋତି ଅଛି ହେଲେ ମୋ ପାଇଁ ନାହିଁ
ମୋ ଜୀବନ ଏକ ଗଛ
କେବେ ଗୁଳ୍ମ କେବେ ଦ୍ରୁମ ବୋଲି କହି
ମୋ ଜୀବନ ଏକ ଋତୁ
ଫୁଲ ଫୁଟେ କେବେ ଯାଏ ଝରି ଝୁରା ହୋଇ
ମୋ ଜୀବନ ଏକ ଡ଼ଙ୍ଗା
କେବେ ଦଦରା କେବେ ଆହୁଲା ସଳଖେଇ
ମୋ ଜୀବନ ଏକ ମରୁଭୂମି
କ୍ଲାନ୍ତ ପଥିକ ଏଠି ମାଗେ ତୃଷା ନିବାରଣ ପାଇଁ
କୋଉଠୁ ପାଇବି ଜଳ ଜୀବନେ ମେଘ ନାହିଁ
ବର୍ଷା ଆସେ ଯାଏ ଚଳାମେଘ ମୋ ଜୀବନ କହି
ମୋ ଜୀବନ ଏକ ଏମିତି ଜୀବନ
ଧାରେ ପାପ ମେଘ ଧାରେ ପୁଣ୍ୟ ବର୍ଷା ହୋଇ
ଜୀବନର ଗତିପଥ ଅଙ୍କା ବଙ୍କା ଯାଇଛି ହୋଇ
କାହିଁକି ମୁଁ ବୁଝିପାରେ ନାହିଁ ।
