ତମ ପ୍ରଶ୍ନରେ ମୁଁ ନିରୁତ୍ତର
ତମ ପ୍ରଶ୍ନରେ ମୁଁ ନିରୁତ୍ତର
ପ୍ରଶ୍ନ ଥିଲା ସହଜ କିନ୍ତୁ ଉତ୍ତର କଷ୍ଟ
ପ୍ରଶ୍ନ ଥିଲା ମୌଖିକ କିନ୍ତୁ ଉତ୍ତର ଅସ୍ପଷ୍ଟ
ପ୍ରଶ୍ନ ଥିଲା ସାଧାରଣ ଉତ୍ତର କଷ୍ଟ
ପ୍ରଶ୍ନ ଥିଲା ବାସ୍ତବ ଉତ୍ତର ନିରୁଦ୍ଦିଷ୍ଟ
ପ୍ରଶ୍ନ ଗତାନୁଗତିକ ଉତ୍ତର ନୁହେଁ ନିର୍ଦ୍ଦିଷ୍ଟ
ପ୍ରଶ୍ନ ସମୁଚିତ ଉତ୍ତର ଅଭିଷ୍ଟ
ତୁମେ ପଚାରିବା ପୂର୍ବରୁ ଉତ୍ତର ଯଥେଷ୍ଟ
ତୁମେ ପରଦେଶୀ ମୋ ଉତ୍ତରେ କି ସନ୍ତୁଷ୍ଟ
ତୁମ ପ୍ରଶ୍ନ ସ୍ପଷ୍ଟ ମୋ ଉତ୍ତର କ୍ଳିଷ୍ଟ
ତୁମ ପ୍ରଶ୍ନ ଯେବେ କ୍ଳିଷ୍ଟ ମୋ ଉତ୍ତର ଇଷ୍ଟ
ପ୍ରଶ୍ନର ଯଥାର୍ଥତା ଥିଲା ଅନେକ
ତୁମେ ଗଲାପରେ ଉତ୍ତରଭାରେ ଭରା ସିନ୍ଦୁକ
ଗୋଲକରେ ପୁଲକ ମହକ ମାଣିକ
ପ୍ରଶ୍ନରେ ନା ଉତ୍ତରରେ ମୁଁ ନିରୁତ୍ତର
ତୁମେ ବିବେକ ଦଂଶନରେ ପଳାତକ
ମୁଁ ନିରୁତ୍ତର ରହିବା ଛଡା ଶବ୍ଦ ଅଭିଧାନତକ
ଗଣ୍ଠିଲି ବାନ୍ଧି ନିରୁତ୍ତର ରହିଛି ସେହିକାଳୁ
ତମେ କିନ୍ତୁ ପଚାରି ଚାଲିଛ ପ୍ରଶ୍ନ ଅନେକ
ସ୍ବପ୍ନ ସୌଦାଗର ନୁଁହ ଅନୁରାଗର ବଣିକ
କେମିତି ଉତ୍ତର ରଖିଥାନ୍ତି ପ୍ରଶ୍ନ କରେ ବିବେକ
ତୁ ସମୁଦ୍ର ହେଲେ ସେ ପଳାତକ
ତା ତୃଷାରେ ତୃଷ୍ଣା ଭରା ତୋ ପାଇଁ ଅନେକ
ହେଲେ ଅନାହୁତ ପରିଚୟହୀନ ବଣିକ
ମାଗୁଛି ଉତ୍ତର ଦେବୁକି ରହିବୁ ନିରୁତ୍ତର
ଜାଗୃତିରେ ନା ସତରେ ସପନବଣିକ
ନା ବାହାନା କରୁଛି କହି ସପନ ବଣିକ ।
