ରାଧା କୃଷ୍ଣ
ରାଧା କୃଷ୍ଣ
ଜଣେ ପାଣି ଜଣେ ବାଣୀ
ପାଣିରେ ପକାଇ ସର
ରାଧାଙ୍କ କଥା ମଧୁର
ସତେ କି ବଇଁଶୀ ସ୍ୱର
ଜଣେ ମାର୍ଗ ହେଲେ ଜଣେ ସ୍ୱର୍ଗ
ସତ୍ୟ ସନାତନୀ କଜ୍ଜ୍ୱଳ ବେଣୀ
ଅମୃତ ଦହିରେ କରେ ମଣୋହୀ
ସ୍ୱର୍ଗ ଯିବାକୁ ନର୍କ ଛାଡିବାକୁ
ବଇଁଶୀ ତୋଳେ କଦମ୍ବ ଶୀଳ ଓ ଶାଳେ
ଜଣେ ପଥ ଜଣେ ପାଥେୟ
ଜଣେ ପ୍ରେମ ଜଣେ ପ୍ରଣୟ
ଜଣେ ଆଲୋକ ଜଣେ ମୂର୍ଚ୍ଛନା
ଜଣେ ଜହ୍ନ ଜଣେ ଗୋଲକ
ଜଣେ ପ୍ରକୃତି ଜଣେ ପୁରୁଷ
ଆଖି ଦେଖେ ଅଲଗା ଅଲଗା
ଯେଣୁ ରୁଚି ଆଉ ଋତୁ ଭିର୍ନ୍ନ
ରାଧା ନୁହେଁ ଭିର୍ନ୍ନ ଅଭିର୍ନ୍ନ
ଖୋଜିଲେ ମିଳିବ ଅଭିଧାନ ବୃନ୍ଦାବନ
ଜଣେ ଗୁଳ୍ମ ଜଣେ ଦ୍ରୁମ
ଜଣେ ମଞ୍ଜି ଜଣେ ଫଳ
ଜଣେ ଛାଇ ଜଣେ ବର୍ଷା
ଯେତେ ଦେବୀ ତାଙ୍କ ସମାହାର ରାଧା
ମାନେନା ବାଧା ବନ୍ଧନ
କଳସୀ ନୁହେଁ ପୂର୍ଣ୍ଣକୁମ୍ଭ କାଖରେ
ଯମୁନା ନୁହେଁ ସେ ହୃଦୟ କନ୍ଦରେ
ପୁଣ୍ୟ ବୃକ୍ଷର ଫଳ କୃଷ୍ଣ ରଙ୍ଗେ ସୁଶୀତଳ
ରାଧା ଯଦି ତମାଳ କୃଷ୍ଣ ପରା ବକୁଳ ।
