STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
260


ନାରୀର ଚିତ୍ରକଳ୍ପ

ଆଙ୍କୁ ଆଙ୍କୁ ମସ୍ତକେ ମୁକୁଟ

ଅଣ୍ଟାରେ ବାଜେଣି ନୁପୁର

କଟିରେ କିଙ୍କିଣୀ

ହୃଦୟେ କସ୍ତୁଭ ମଣି

ନୟନେ କଜ୍ଜ୍ୱଳ ଟାଣି

ପାଦରେ ପାଉଁଜି ସ୍ବର୍ଣ୍ଣ ପୁଣି

ଏ ନାରୀ ତ ଦେବୀ

ଚିତ୍ରକଳ୍ପରୁ ଛାୟାକଳ୍ପ

ସିନ୍ଦୁରେ ଶ୍ରୀମନ୍ତିନୀ

କଳାରେ କାଦମ୍ବିନୀ

ଲୀଳାରେ ମହିଷାସୁର ମର୍ଦ୍ଦିନୀ

ଦିବ୍ୟ ହସ୍ତା ଚତୁର୍ଭୁଜା

ନାରୀ ରୂପେ ନାରାୟଣୀ

ଦୁଃଖ ହାରିଣୀ

ସତ୍ୟ ସନାତନୀ

ଦିବ୍ୟ ଦର୍ଶନେ ଦାର୍ଶନୀ

ମାଆ କାତ୍ୟାୟନୀ

କୋକିଳ କଣ୍ଠ ମଣି ମୁକ୍ତା ଶୋଭିତା

କୁହୁକିନୀ ବିଦ୍ୟା ବୁଦ୍ଧି ପ୍ରଦାୟିନୀ

ନାରୀ ରୂପେ ଜଗତଜନନୀ

କରେ ପ୍ରଣିପାତ ମୋକ୍ଷ ପ୍ରଦାୟିନୀ

ହେ ସିଂହ ବାହିନୀ

ମଙ୍ଗଳା ଚଣ୍ଡୀ ଦୁର୍ଗା କାଳି ଗଙ୍ଗା

ଲଷ୍ମୀ ସରସ୍ବତୀ ବନଜା ଶକ୍ତି ପଦାୟିନୀ

ଘେନ ମୋ ଦୟିନୀ

ମାଆ ସାରଳା ବିରଜା ଦୁର୍ଗତିନାଶିନୀ

ହେ ଦେବୀ ଚାରିହସ୍ତେ ଦେବତାଙ୍କ ଅସ୍ତ୍ର

ତୁମ ନିଜ ଶାସ୍ତ୍ର ଓ ଶସ୍ତ୍ର ଶୋଭିତ

କନକନନ୍ଦିନୀ ସୀତା ମା ସୁଭଦ୍ରା ରାଧା

ମୀରା ଭବାନୀ କର୍ମଫଳ ଦାୟିନୀ

ମାଆ ସାରଳା ବିମଳା ଆଶିଷ ପ୍ରଦାୟିନୀ

ତୃତୀୟ ନୟନ ଦିଅ ଫେଡ଼ି

ମଣିଷ ନିସ୍ତାରୁ ବନ୍ୟା ବାତ୍ୟା ମରୁଡି ବଢ଼ି

ଯୋଗମାୟା ଯୋଗଶମ୍ଭୁତା ଦୁର୍ଗା ମାଆ ପାଵନୀ

ତୁମ ଛାୟା ଚିତ୍ର ଆକାଶେ ମେଦିନୀ

ବିସ୍ତାରିତ ନେତ୍ର ଦିଏ ଅଭୟ ଆଶ୍ରୟ ପ୍ରଦାୟିନୀ

ଜଗତ ମଙ୍ଗଳ ପାଇଁ ଆବିର୍ଭାବ ତୁମ

ରିପୁ ନାଶି ତୁମ ଜନ୍ମ ଧନ୍ୟ

ହେ ମାତା ରକ୍ଷାକର ଜଗତକୁ

ପାପ ହରି ପୁଣ୍ୟ ଭରି

ଗଛ ଗୁଳ୍ମ ଦ୍ରୁମ ଭିତରେ ଦୁର୍ଗେ ତୁମ ଆବାହନୀ  ।


Rate this content
Log in

Similar oriya poem from Classics