STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଚକାଆଖି ଚକାଡୋଳା

ଚକାଆଖି ଚକାଡୋଳା

1 min
185

ଚକାଆଖି ଚକାଡୋଳା ଚତୁର୍ଦ୍ଧା ମୂରତି

ଚନ୍ଦନ ଚର୍ଚ୍ଚିତ ରୂପ ଚିତ୍ତ ହୁଏ ଚିନ୍ତି

ଚେତନାର ରୂପକାର ଅଗତିର ଗତି .....


ନିର୍ଗୁଣ ନିର୍ମଳ ନାଥ ନୀଳାଚଳବାସୀ

ନିରାକାର ନିର୍ବିକାର ନିତ୍ୟ ଅବିନାଶି

ଦାରୁବ୍ରହ୍ମ ପରମ୍ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମରାଶି

ବିଶ୍ବ ବ୍ରହ୍ମାଣ୍ଡ ପୂଜିତ ପୂଣ୍ୟ ପୂର୍ଣ୍ଣ ଶଶୀ

ଦେବ ଦାନବ ବନ୍ଦିତ ବନ୍ଦେ ଦିବ୍ୟ ଜ୍ୟୋତି...


ଅବ୍ଯକ୍ତ ମହିମାମୟ ଅନନ୍ତ ଅସୀମ

ସର୍ବ ଚରାଚର ବ୍ଯାପ୍ତ ପୁରୁଷ ଉତ୍ତମ

ସତ୍ୟ ଶିବ ସନାତନ ସଗୁଣ ସ୍ବରୂପ

ଶ୍ରୀହରି ଶ୍ରୀପତି ସୌରୀ ସର୍ବ ଜପ ତପ

ଭାବ ଭକତିରେ ବନ୍ଧା ତୁମେ ଗତି ମୁକ୍ତି...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics